ଭୁବନେଶ୍ୱର,୨୯/୦୧/୨୦୨୬ (ଓଡ଼ିଶା ସମାଚାର)- ଆଜି ୨୯.୦୧.୨୦୨୬ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧିନ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ(BPNSI) ପକ୍ଷରୁ ଓଡ଼ିଶାର ସମ୍ବଲପୁରର ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ (SMEL)) ରେ ଏକ ଦିବସୀୟ ଜ୍ଞାନ ଆଦାନପ୍ରଦାନ କର୍ମଶାଳା (BPNSI ର ବୃତ୍ତିଗତ ପ୍ରାକ୍-ପ୍ରୋଗ୍ରାମ, 3P ର ଏକ ଅଂଶ ଭାବରେ) ଆୟୋଜନ କରିଛି। ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ (SMEL) , ଲପାଙ୍ଗାର ସାଧାରଣ ପରିଚାଳକ , ମାନବ ସମ୍ବଳ (GM-HR) ଶ୍ରୀ ଭୂପିନ୍ଦର ସିଂହ କୁଶୱାହା ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (BPNSI )ଦ୍ୱାରା ପରିଚାଳିତ ଜ୍ଞାନ ଆଦାନପ୍ରଦାନ ଏହି କର୍ମଶାଳାର ଉଦଘାଟନ କରିଥିଲେ।
ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (BPNSI) ପକ୍ଷରୁ ପ୍ରଫେସର ସତ୍ୟପ୍ରିୟ ଶତପଥୀ ଉଦଘାଟନୀ ଭାଷଣ ଦେଇଥିଲେ ଏବଂ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ (SMEL), ସମ୍ବଲପୁରର କାର୍ୟ୍ୟରତ ବୃତ୍ତିଗତମାନଙ୍କୁ କାର୍ୟ୍ୟକ୍ରମ ସୂଚୀ ଉପସ୍ଥାପନ କରିଥିଲେ।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (IIT), ଭୁବନେଶ୍ୱରର ସହଯୋଗୀ ପ୍ରଫେସର ଡକ୍ଟର ରାମା କୃଷ୍ଣ ସାବତା DRI ଉତ୍ପାଦନ ପ୍ରକ୍ରିୟାର ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଉପରେ ତାଙ୍କର ବକ୍ତୃତା ମାନ ଉପସ୍ଥାପନ କରିଥିଲେ। ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (BPNSI) ର ପ୍ରଫେସର ସତ୍ୟପ୍ରିୟ ଶତପଥୀ ,ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ (SMEL), ସମ୍ବଲପୁରର କାର୍ୟ୍ୟରତ ବୃତ୍ତିଗତମାନଙ୍କୁ ଊଜଓ ପ୍ରକ୍ରିୟାରେ ଶକ୍ତି ଦକ୍ଷ ପ୍ରଯୁକ୍ତିବିଦ୍ୟା ଉପରେ ଉପସ୍ଥାପନ କରିଥିଲେ।
ଅପରାହ୍ନ ଅଧିବେଶନରେ, ଡକ୍ଟର ରାମକୃଷ୍ଣ ସାବତ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ (SMEL), ସମ୍ବଲପୁରର କାର୍ୟ୍ୟରତ ଇଞ୍ଜିନିୟରମାନଙ୍କୁ ଇଣ୍ଡ୍ୟୁସିଅନ୍ ଫର୍ଣ୍ଣେସ୍ ଦ୍ୱାରା ଇସ୍ପାତ ତରଳାଇବା, ବୈଦ୍ୟୁତିକ ଆର୍କ ଫର୍ଣ୍ଣେସ୍, ହିଟ୍ ଟ୍ରିଟମେଣ୍ଟ ଏବଂ ଧାତୁ କାର୍ୟ୍ୟ (ରୋଲିଂ) ଉପରେ ଏକ ବିସ୍ତୃତ ଆଦାନପ୍ରଦାନ ଅଧିବେଶନ ଉପସ୍ଥାପନ କରିଥିଲେ।
ଶେଷରେ, ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ (SMEL), ସମ୍ବଲପୁରର ଅଂଶଗ୍ରହଣକାରୀମାନଙ୍କଠାରୁ ବିପୁଳ ପ୍ରଶଂସା ସହିତ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (BPNSI) ର ଜ୍ଞାନ ଆଦାନପ୍ରଦାନ କର୍ମଶାଳା ସଫଳତାର ସହ ସମାପ୍ତ ହୋଇଛି।
