କେନ୍ଦ୍ରାପଡା ଝିଅ ଆରାଧ୍ୟା ଝାରସୁଗୁଡା ଜିଲାରେ ପ୍ରଥମ

କେନ୍ଦ୍ରାପଡ଼ା,୨୮/୦୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଝିଅ ଆରାଧ୍ୟା ମହାନ୍ତି ଝାରସୁଗୁଡା ଜିଲାରେ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାରେ ପ୍ରଥମ ହୋଇ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ପୁରସ୍କୃତ ହୋଇଛନ୍ତି । ଝାରସୁଗୁଡା ଜିଲାପାଳ କୁଶାଲ ହ୍ୱୋଣ ମୁଖ୍ୟଅତିଥି ଭାବେ ଯୋଗଦେଇ ଆରାଧ୍ୟାଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରିଛନ୍ତି ।

ଆରାଧ୍ୟା ହେଉଛନ୍ତି କେନ୍ଦ୍ରାପଡା ଜିଲାର ଆଳି ବ୍ଲକ ଅନ୍ତର୍ଗତ ମୃଗନୟନୀ ଗ୍ରାମର ଅବସରପ୍ରାପ୍ତ ଓ.ଏଫ.ଏସ. ସ୍ୱର୍ଗତ କୃପାସିନ୍ଧୁ ମହାନ୍ତିଙ୍କ ନାତୁଣୀ । ସୁଶ୍ରୀ ଆରାଧ୍ୟା ଇବ୍ ଥର୍ମାଲ ବନହରପାଲୀ ସ୍ଥିତ ଓଡିଶା ପାୱାର ଜେନେରେସନ କର୍ପୋରେସନର ଜେନେରାଲ ମ୍ୟାନେଜର ପ୍ରଦୀପ୍ତ କୁମାର ମହାନ୍ତି ଓ ବିଶିଷ୍ଟ ସଂଗୀତକାର ସୁଶ୍ମୀତା ମହାନ୍ତିଙ୍କ ସୁପୁତ୍ରୀ ହୋଇଥିବା ବେଳେ ଭୁବନେଶ୍ୱରର ବିଶିଷ୍ଟ ଟ୍ୟାକ୍ସ କନସଲଟାନ୍ଟ ଦିପ୍ତୀରାଣି ମହାନ୍ତିଙ୍କ ଝିଆରୀ ଅଟନ୍ତି । ଆରାଧ୍ୟା ଥର୍ମାଲ ଡିଏଭି ପବ୍ଲିକ ସ୍କୁଲର ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ସେ ସର୍ବଦା ଶ୍ରେଣୀରେ ପ୍ରଥମ ହୋଇଥାନ୍ତି । ଏଥିସହିତ ଆରାଧ୍ୟା ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ଆୟୋଜିତ ଜିଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହୋଇଆସୁଛନ୍ତି ।

 

Leave a Reply

Your email address will not be published. Required fields are marked *