କଟକ,୨୯/୦୧/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା) ରାଜ୍ୟରେ ଥିବା ଆଇ.ଟି.ଆଇ ମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ରାଜ୍ୟର ଏକ ସଶକ୍ତ ସଂଗଠନ ପ୍ରାଇଭେଟ ଆଇ ଟି ଆଇ ୱେଲଫେୟାର ଆସୋସିଏସନ (ପିଟିୱା) ଵା ଘରୋଇ ଆଇଟିଆଇ କଲ୍ୟାଣ ମହାସଂଘର ଦ୍ୱିତୀୟ ବାର୍ଷିକ ସାଧାରଣ ଅଧିବେଶନ ଏକ ଘରୋଇ ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଘର ବରିଷ୍ଠ ସଦସ୍ୟମାନଙ୍କଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ଆପେକ୍ସ ଆଇ.ଟି.ଆଇ ପ୍ରିନସିପାଲ ଇଂଜିନିୟର ଶ୍ରୀସନ୍ନ୍ୟାସୀ ଜୀଙ୍କ ଦ୍ୱାରା ବେଦ ପାଠ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଂଘର ସଭାପତି ଇଂ.ଦେବାଶିଷ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସଦସ୍ୟ କ୍ଷେତ୍ରବାସୀ ମହନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ଇଂ.ଦେବୀ ପ୍ରସାଦ ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ଇଂ.ଦୀପ୍ତିରଞ୍ଜନ ପଣ୍ଡା ଆୟ ବ୍ୟୟ ବିବରଣୀ ପ୍ରଦାନ କରିଥିଲେ ।
ବୈଠକରେ ସରକାରଙ୍କ ଡାଟା ମାଇଗ୍ରେସନ ପଲିସିରେ ଅସୁବିଧା,ଏସ ସିଏସ ଟି ଷ୍ଟାଇପେଣ୍ଡ ମିଳିବାରେ ବିଳମ୍ବ, ପି ଆର ଏନ ସମସ୍ୟା, ସରକାରଙ୍କ ଆଡିମିଶନ ଏବଂ ଏସସିଏସଟି ପୋର୍ଟାଲରେ ଥିବା ଜଟିଳତା ଆଦି ବହୁବିଧ ସମସ୍ୟା ସମ୍ପର୍କ ରେ ଆଲୋଚନା କରାଯାଇଥିଲା । ସଂଘର ଏକ ଗୋଷ୍ଠୀ ଖୁବ ଶୀଘ୍ର ବିଭାଗୀୟ ଅଧିକାରୀ ଙ୍କ ନିକଟରେ ପ୍ରସ୍ତାବିତ ସମସ୍ୟାର ସମାଧାନ ଲାଗି ଉଦ୍ୟମ କରିବ ବୋଲି ସଭାପତି ଇଂ.ଦେବାଶିଷ ଆଚାର୍ଯ୍ୟ ଘୋଷଣା କରିଥିଲେ । ବିଗତ ବର୍ଷରେ ସଂଘ ତରଫରୁ ଗ୍ରହଣ କରାଯାଇଥିବା ଆଇ. ଟି. ଆଇ ହିତୈଷି କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇ ସଭାପତି ଇଂ ଦେବାଶିଷ ଆଚାର୍ଯ୍ୟ ଏବଂ ତାଙ୍କ ଟିମ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସଂଘ ର ସଦସ୍ୟ ହେବା ପାଇଁ ରାଜ୍ୟର ଆହୁରି ଅନେକ ଆଇ ଟି ଆଇ ପ୍ରମୋଟର ଇଚ୍ଛା ପ୍ରକାଶ କରୁଥିବାରୁ କେବଳ ଶୃଙ୍ଖଳିତ ବ୍ୟକ୍ତି ଙ୍କୁ ସାମିଲ କରାଯିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା । ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ଶତାଧିକ ଘରୋଇ ଆଇ ଟି ଆଇ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ । ଶେଷରେ ସଂଘର ଯୁଗ୍ମ ସମ୍ପାଦକ ଧର୍ମାଶୋକ ମହାଲାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
