ମାହାଙ୍ଗା,୦୬/୦୯/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-ସାରସ୍ୱତ ସେବାମଞ୍ଚ ମାହାଙ୍ଗା ପକ୍ଷରୁ ରାଜ୍ୟ ସ୍ତରୀୟ ଗୁରୁ ଗୌରବ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ଡକ୍ଟର ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ, ଡକ୍ଟର ଅଜିତ କୁମାର ମହାପାତ୍ର, ଡକ୍ଟର ହରପ୍ରିୟା ପାଣିଗ୍ରାହୀ, ଡକ୍ଟର ଅଖିଳେଶ ମହାନ୍ତି,ଡକ୍ଟର ଅନୁପ ମାର୍ଥା, ଯୁବ ସମାଜସେବୀ ରାହୁଲ ପ୍ରତ୍ୟୁଷ ମହାନ୍ତି,ସମାଜସେବୀ ସବଦାର ହାସୀମ,ସାମ୍ବାଦିକ ଉମାଶଙ୍କର ସାହୁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ ।
ଗୁରୁଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନ ବିନା ଜାତିର ନୈତିକ ବୌଦ୍ଧିକ ଓ ସାମାଜିକ ଉନ୍ନତି ଆଦୌ ସମ୍ଭବ ନୁହେଁ ବୋଲି ଅତିଥି ମାନେ କହିଥିଲେ । ନଳିନୀକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
