ଶାଳିଜଙ୍ଗା ସାଇ ମନ୍ଦିରର ବାର୍ଷିକ ଉତ୍ସବ ଆରମ୍ଭ

ରଘୁନାଥପୁର,୨୮/୦୧/୨୦୨୬ (ଓଡିଶା ସମାଚାର)- ତାରପୁର ନିକଟସ୍ଥ ଶାଳିଜଙ୍ଗା ଗ୍ରାମରେ ପ୍ରତିଷ୍ଠିତ ସାଇ ସେବା ଟ୍ରଷ୍ଟ ପକ୍ଷରୁ ସାଇନାଥ ଙ୍କର ୮ମ ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଗତକାଲି ମଙ୍ଗଳବାର ଅଙ୍କୁରା ରୋପଣ କରାଯାଇଥିଲା । ଆଜି ବୁଧବାର ପୂର୍ବାହ୍ନରେ ପୂଣ୍ୟତୋୟା ମହାନଦୀ ର ତାରପୁର ଶ୍ରୀରାମ ମନ୍ଦିର ଘାଟରେ ପୂଜାର୍ଚ୍ଚନା କରାଯାଇ ଜଳ ସଂଗ୍ରହ କରାଯାଇ ବାବାଙ୍କୁ ଜଳାଭିଷେକ କରାଯାଇଥିଲା ।

ପ୍ରାୟ ଅଢ଼େଇ ହଜାର ରୁ ଉର୍ଦ୍ଧ୍ୱ ମାନସିକଧାରୀ ମହିଳା ଓ ପୁରୁଷ ଏହି କଳସ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରି ମହାନଦୀ ରୁ ଚାଲି ଚାଲି ୪ କିମି ଶୋଭାଯାତ୍ରା ରେ ଯାଇ ଶାଳିଜଙ୍ଗା ମନ୍ଦିର ପ୍ରାଙ୍ଗଣରେ ପହଂଚିଥିଲେ ।  ତିର୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ, ବିଶ୍ୱ ଓଡ଼ିଆ ସଂଘ ସଭାପତି ଡ଼କ୍ଟର ସୁରେନ୍ଦ୍ର ନାଥ ମହାପାତ୍ର ଙ୍କ ସମେତ ଅଂଚଳର ବହୁ ଜ୍ଞାନୀ ଗୁଣି ମହିଳା ଓ ପୁରୁଷ ଏଥିରେ  ସାମିଲ ହୋଇଥିଲେ ।

ପରେ ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି । ସାଇ ସେବା ଟ୍ରଷ୍ଟ ର ସଭାନେତ୍ରୀ ନୀରୂପମା ପାଲଟାସିଂ,ସମ୍ପାଦକ ଇଂ ବାବାଜୀ ଚରଣ ଜେନା,କୋଷାଧ୍ୟକ୍ଷ ପାର୍ଥସଖା ପାଲଟାସିଂ,ସ୍ଥାନୀୟ ସରପଂଚ ବଟକୃଷ୍ଣ ନାୟକ,ଉପଦେଷ୍ଟା ଦିଲିପ ରଥ,ସମିତି ସଭ୍ୟା ଶାନ୍ତିଲତା ଦ୍ୱିବେଦୀ,ଗଙ୍ଗାଧର ମହାପାତ୍ର, ଆଗାମୀ ଓଡ଼ିଶା ପ୍ରତିଷ୍ଠାତା ବିଜୟ କୁମାର ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସ୍ଥାନୀୟ ଗ୍ରାମବାସୀ ତଥା ଆଖ ପାଖ ଅଂଚଳର ଟ୍ରଷ୍ଟ ସଦସ୍ୟ/ସଦସ୍ୟାମାନେ ସହଯୋଗ କରିଥିଲେ ।

ରଘୁନାଥପୁର ଥାନା ପୋଲିସ ଓ ଅଗ୍ନୀଶମ କର୍ମଚାରୀମାନେ ଉପସ୍ଥିତ ଥିଲେ । ତିନି ଦିନ ବ୍ୟାପି ଏହି  ଯଜ୍ଞ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୩୦ ତାରିଖ ଶୁକ୍ରବାର ଦିନ ଯଜ୍ଞର ପୂର୍ଣ୍ଣାହୂତି ପରେ ଉତ୍ସବ ଉଦଯାପିତ ହେବ ।

Leave a Reply

Your email address will not be published. Required fields are marked *