ଶ୍ୱାସରୁଦ୍ଧ ସ୍ଥିତିରେ ଜୁନାଗଡ଼ କେନାଲ,,,, ଚାଷୀଙ୍କ ସ୍ଥିତି-ଦୁଃସ୍ଥିତି ମୁହାଁ !

କଳାହାଣ୍ଡି ୨୧/୦୭/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ମଧ୍ୟ ଦେଇ ଯାଇଥିବା ଜଳସେଚନ କେନାଲର ସ୍ଥିତି ଏବେ ବିପନ୍ନ ହୋଇପଡ଼ିଛି ।ମେରିଅଵନ୍ଦଲି ଦେଇ ଆସିଥିବା ଇନ୍ଦ୍ରାବତୀ ଜଳସେଚନ ବିଭାଗର ଏହି କେନାଳ ସହର କଡେ କଡେ ଏବର ଶ୍ରୀଦୁର୍ଗା ନଗର, ସାହୁପଡା ପଛପଟ ହୋଇ ଜୁନାଗଡ଼-ବ୍ରାହ୍ମଣୀଗୁଡା ରାସ୍ତା କ୍ରସକରି କଲମପୁର ଛକ ଗ୍ରାୟତ୍ରୀ ମନ୍ଦିର ପର୍ୟ୍ୟନ୍ତ ରହିଛି।ଏହି କେନାଲ ଉପରେ ଅଞ୍ଚଳର ଶହ ଶହ ଚାଷୀ ନିର୍ଭର କରୁଥିବା ବେଳେ, କେନାଲ ଓ ଜଳସେଚନର ଦୁଃସ୍ଥିତି କୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି।

ପୂର୍ବରୁ ଏହି କେନାଲ ଦେଇ ଜଳସେଚଚନ ଖାଲିଅଭଟା ସହ ତାଲବନ୍ଦପଡା ଶେଷ ମୁଣ୍ଡ ପର୍ୟ୍ୟନ୍ତ ଯାଉଥିବା ଚାଷୀମାନେ ପ୍ରକାଶ କରନ୍ତି।ହେଲେ ଏବେ ଏହି କେନାଲର ଗତିପଥ ଗାୟତ୍ରୀ ମନ୍ଦିର ଠାରୁ କେଉଁଆଡ଼େ ଉଭେଇ ଯାଇଛି, ତାହା ଜଣାପଡୁ ନାହିଁ।ବ୍ରାହ୍ମଣୀଗୁଡା ରାସ୍ତା ପାଖରୁ ଗାୟତ୍ରୀ ମନ୍ଦିର ଛକ ମଧ୍ୟରେ ଅଧାରୁ କେନାଲ ରାସ୍ତା ଦୀର୍ଘଦିନରୁ ଅବରୋଧ ହୋଇଛି।ସମ୍ପୃକ୍ତ କେନାଲର ସଂଲଗ୍ନ ସରକାରୀ ଜମି ଲୋକେ ଅନଧିକୃତ ଭାବେ ବେଆଇନ ଅକ୍ତିଆର କରିଥିବା ସର୍ବସାଧାରଣରେ ଅଭିଯୋଗ ହୁଏ।ଗ୍ରାୟତ୍ରୀ ମନ୍ଦିର ଆଗକୁ ନିଜର ଗତିପଥ ଅଣ୍ଡାଳୁଥିବା ଏହି କେନାଲର ସ୍ଥିତି ସଙ୍ଗିନ ହୋଇଛି।

ପୂର୍ବରୁ କୁଆଡେ ଏହି କେନାଲର ଗତିପଥ ଯାଇଥିବା ଜାଗାରେ ଏବେ ବଡ଼ବଡ଼ ଶିଳ୍ପପତି – ବ୍ୟବସାୟୀଙ୍କ କବଜା ରହିଛି।କେନାଲ ପାର୍ଶ୍ବବର୍ତ୍ତି ଲୋକେ କେନାଲକୁ ଡ୍ରେନ ଭଳି ବ୍ୟବହାର କରି କୁଢ଼କୁଢ଼ ଅଳିଆ ଆବର୍ଜନା ପକାଉଛନ୍ତି।କେନାଲର ବହୁବିଧ ସମସ୍ୟା ସମ୍ପର୍କରେ ସଂପୃକ୍ତ ଇନ୍ଦ୍ରାବତୀ ଜଳସେଚନ ବିଭାଗର ଯନ୍ତ୍ରୀଙ୍କୁ ମତାମତ ନେବାରୁ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।ସମ୍ପୃକ୍ତ କେନାଲର ଜମି କବଜା ଉପରେ ଏକ ଆରଡିସି ସ୍ତରୀୟ ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *