ଜନାର୍ଦ୍ଦନପୁର ସତସଙ୍ଗ କେନ୍ଦ୍ରର ବାର୍ଷିକ ଉତ୍ସବ

ନିଶ୍ଚିନ୍ତକୋଇଲି,୨୮/୦୧/୨୦୨୬( ଓଡିଶା ସମାଚାର/ ଅଭୟ ଜେନା)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ସତସଙ୍ଗ କେନ୍ଦ୍ର ର ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିସହ ପରମ ପ୍ରେମମୟ ଠାକୁର ଶ୍ରୀ ଶ୍ରୀ ଅନକୁଳ ଚନ୍ଦ୍ର ଙ୍କର ୧୩୮ ତମ ଜନ୍ମ ମହା ମହୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରେ ମାଙ୍ଗଳିକ, ଉଷାକୀର୍ତ୍ତନ, ପ୍ରାତଃ କାଳୀନ ଵିନତୀ, ଅମୀୟ ଗ୍ରନ୍ଥାଦି ପାଠ ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ମେଧା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ବରିଷ୍ଠ ୠତ୍ଵିକ ରବୀନ୍ଦ୍ର ନାଥ ପ୍ରଧାନ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ କାର୍ୟ୍ୟକ୍ରମ ରେ ସତସଙ୍ଗ କେନ୍ଦ୍ର ର ପରିଚାଳକ ସୁଭାଷ ଚନ୍ଦ୍ର ବାରିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଭୁବନେଶ୍ୱର ସତସଙ୍ଗ କେନ୍ଦ୍ର ର ୠତ୍ଵିକ ଅଭୟ କୁମାର ପରିଡା ଠାକୁର ଜୀବନ ଦର୍ଶନ ଉପରେ ଅବତାରଣା କରିଥିଲେ ।

କାର୍ୟ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ସତସଙ୍ଗ ଅନୁଷ୍ଠିତ ହେବ । ଅପରାହ୍ନ ରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ରେ ସନ୍ଧ୍ୟା ବିନତି, ଠାକୁର ଙ୍କର ଗ୍ରନ୍ଥାଦି ପାଠ ଓ ପ୍ରଣାମ ନିବେଦନ କରାଯାଇଥିଲା । ଏଥିରେ ଠାକୁରଙ୍କ ଆଶ୍ରିତ ଭକ୍ତ ମାନେ ଯୋଗ ଦେଇଥିବା ବେଳେ ସତସଙ୍ଗ କେନ୍ଦ୍ରର କାର୍ୟ୍ୟକର୍ତ୍ତା ଓ ସଦସ୍ୟମାନେ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *