ଜଗତସିଂହପୁର,୨୭/୦୧/୨୦୨୬ (ଓଡ଼ିଶା ସମାଚାର)-ଆଜି ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ଠାରେ ଜାନୁଆରୀ ୨୭ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଛି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଯୋଗଦେଇ ମେଳା କୁ ଉଦଘାଟନ କରି ପ୍ରଦର୍ଶନୀ ମଣ୍ଡପ ଗୁଡିକୁ ପରିଦର୍ଶନ କରିଥିଲେ ।
ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଚାଷୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରି ଆଧୁନିକ ବୈଷୟିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତି ର ବ୍ୟବହାର ମାଧ୍ୟମରେ ଚାଷୀ ମାନେ ଚାଷ କ୍ଷେତ୍ରରେ କିପରି ଉନ୍ନତି କରିପାରିବେ ସେ ସମ୍ପର୍କରେ ଏହି ମେଳା ବେଶ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲାପାଳ ତଥା ସଭାପତି ଶ୍ରୀଯୁକ୍ତ ଜେ ସୋନାଲ, କୃଷିର ଗୁରୁତ୍ୱ ଏବଂ କୃଷି ମାଧ୍ୟମରେ କିପରି ନିଯୁକ୍ତି ବୃଦ୍ଧି କରାଯାଇପାରିବ ସେ ବିଷୟ ରେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ସଭାପତି ଜିଲ୍ଲା ପରିଷଦ,ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଏବଂ ମଧ୍ଯ କୃଷକ ସମ୍ପ୍ରଦାୟ ର ଉନ୍ନତି ରେ ଦେଶ ର ଉନ୍ନତି ସମ୍ଭବ ବୋଲି କହିଥିଲେ।
ମୁଖ୍ୟବକ୍ତା ଭାବେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିର୍ବାହୀଯନ୍ତ୍ରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜେନା, ଯୋଗ ଦେଇ କୃଷି ଓ କୃଷକ ଉନ୍ନତି କରଣ ବିଷୟ ରେ ମନ୍ତବ୍ୟ ରଖିଥିଲେ। ଜିଲ୍ଲା ସ୍ତରୀୟ ଏହି ସଭା ଆରମ୍ଭରେ ସ୍ୱାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଶ୍ରୀଯୁକ୍ତ କୁଳମଣି ବାରିକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଶ୍ୱଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ ପ୍ରଦାନ କରିବା ସହ ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଆୟୋଜନ ର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ସଭାରେ ପଞ୍ଚାୟତ ରାଜ ଅନୁଷ୍ଠାନ ର କର୍ମକର୍ତ୍ତା , ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ,ଚାଷୀ ,ଏନ॰ଜି॰ଓ ର କର୍ମକର୍ତ୍ତା ବିଭାଗୀୟ ଅଧିକାରୀ, ସହର ର ବୁଦ୍ଧଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଟ୍ରାକ୍ଟର , ପାୱାର ଟିଲର ,ମିନି ଟ୍ରାକ୍ଟର ,ଥ୍ରେସର ,ରିପ୍ପର ,ରୋଟାଭେଟୋର ଆଦି ଏହି ଆଧୁନିକ ଯନ୍ତ୍ରପାତି ଏହି ମେଳା ରେ ପ୍ରଦର୍ଶିତ ହୋଇଛି।
