ଜାତୀୟ ସ୍ତରୀୟ ଅବଦୁଲ କରିମଖାନ ମେମୋରିଆଲ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଂଟ

କେନ୍ଦ୍ରାପଡା,୨୭/୦୧/୨୦୨୬ (ଓଡ଼ିଶା ସମାଚାର)- ଜାତୀୟ ସ୍ତରୀୟ ଷଷ୍ଠ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ ଗ୍ରୁପ-ବି ର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ସୋମବାର ଅପରାହ୍ନରେ ଅନୁଷ୍ଠିିତ ହୋଇଯାଇଛି । ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମ୍ୟାଚକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲା ବିଜେପି ସଭାପତି ଶଶାଙ୍କଶେଖର ସେଠୀ, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ବିଜେପି ନେତା କିଶୋର ପଣ୍ଡା, ଗିତାଞ୍ଜଳୀ ସେଠୀ, ସଞ୍ଜୟ ରଥ, ଉମାକାନ୍ତ ପଟ୍ଟନାୟକ,ନେହେରୁ ସାହୁ, ମନିଷା ପଣ୍ଡା, ଗଗନବିହାରୀ ସାହୁ ଓ ଦୁର୍ଯେ୍ୟାଧନ ସାହୁ ପ୍ରମୁଖ ଯୋଗଦେଇଥିଲେ ।

ଏଥିସହିତ ଅତିଥିମାନେ ଖେଳପଡିଆକୁ ଯାଇ ଉଭୟ ଦଳର ଖେଳାଳୀମାନଙ୍କ ସହ ହାତମିଳାଇ ସେମାନଙ୍କୁ ଶୁଭେଛା ଜଣାଇଥିଲେ ।

ଗ୍ରୁପ୍-ବି ର ପ୍ରଥମ କ୍ୱାଟରଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ ୩-୧ ଗୋଲରେ ଏସ.ଏସ.କ୍ଲବ କଲିକତାକୁ ହରାଇ ଗ୍ରୁପ-ବି ର ସେମିଫାଇନାଲରେ ପ୍ରବେଶ କରିଛି । ଲେବର ସ୍ପୋଟିଂ କ୍ଲବର ତନ୍ମୟକୁ ମ୍ୟାନ ଅଫ୍ ଦି ମ୍ୟାଚ୍ କପ ପ୍ରଦାନ କରାଯାଇଛି । ଏହି ମ୍ୟାଚ୍ କୁ ରେଫରୀ ଭାବେ ମାନସ କୁମାର ବିଶ୍ୱାଳ, ସୁକାନ୍ତ ସିଂ, ମହମ୍ମଦ ସାକଲିନ ଅସରଫି, ସେକ ମୁକିମ ପ୍ରମୁଖ ପରିଚାଳନା କରିଥିଲେ ।

ମଙ୍ଗଳବାର ଅନୁଷ୍ଠିତ ଗ୍ରୁପ-ବି ର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚରେ ଓଡିଶା ପୋଲିସ ଦଳ କଟକର ମଙ୍ଗଳା କ୍ଲବକୁ ୩-୦ଗୋଲରେ ହରାଇ ଗ୍ରୁପ- ବି ସେମିଫାଇନାଲରେ ପ୍ରବେଶ କରିଛି । ଓଡିଶା ପୋଲିସର ଭୋଳାଶଙ୍କର ମାଝୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଛି । ଉତ୍ସବରେ ଅତିଥି ଭାବେ ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କ୍ଲବର କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ୍, ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ଉପସଭାପତି ସେକ ଫରିଦଉଦ୍ଧିନ୍, ସେକ ସଫାତୁଲ୍ଲା, ଇବ୍ରାହିମ ଖାନ୍, ସମିଉଲ୍ଲା ଖାନ୍, ସେକ ବୁରାନଉଲ୍ଲା, ସମ୍ପାଦକ ମୀର ସଲିମ, ମୀର ଜରାର୍, କଲିମ ଖାନ୍, ମୀର ଅବୁସମା, ଆୟାଜ ମହମ୍ମଦ୍, କୋଷାଧ୍ୟକ୍ଷ ସେକ ମୁସ୍ତାକ ଓ ମହମ୍ମଦ ଆଝାରୁଦ୍ଧିନ, ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ମାସୁମ ଖାନ୍, ମୀର ସଲାମତ୍, ସଲିମ ଖାନ୍, ଜାହିଦ ଖାନ୍, ମୀର ମହମ୍ମଦ ଅମୀରଙ୍କ ସମେତ ସେକ ଆଦିକ ଇକବାଲ୍, ସମସେର ଅଲ୍ଲୀ ଖାନ୍, ମହମ୍ମଦ ଇମ୍ରାନ୍, ୱାସିମ, ଦିଲୁ ପଣ୍ଡା, ଆଜମଲ ଖାନ୍, ମହମ୍ମଦ ଅଜିଜ୍, ମିରାଜନ୍, ମୋତି ଖାନ୍ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *