ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଲକ୍ଷ୍ମୀପୁରର ୨୭ତମ ବାର୍ଷିକ କ୍ରୀଡ଼ା

ଲକ୍ଷ୍ମୀପୁର ୨୨/୧୧/୨୦୨୫ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲକ୍ଷ୍ମୀପୁର ଠାରେ ୨୭ତମ ବାର୍ଷିକ କ୍ରୀଡ଼ା ପାଳିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ଗ୍ରାମ ଦେବୀ ମା ମୂତ୍ୟାଲୁମାଙ୍କ ମନ୍ଦିରରୁ ମଶାଲ ଅଣାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଲକ୍ଷ୍ମୀପୁର ଥାନା ସବଇନିସ୍ପେକ୍ଟର ଶାନ୍ତିଲତା ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ। ଉକ୍ତ କ୍ରୀଡ଼ା ଚାରୋଟି ବର୍ଗରେ ଅନୁଷ୍ଠିତ ହୋଇଥିଲା ଯଥା ଶିଶୁ ବାଟିକା ବିଭାଗ, ପ୍ରାଥମିକବିଭାଗ, ଶିଶୁ ବର୍ଗ ଓ ବାଲ୍ ବର୍ଗ । ଏଥିରେ ୨୫ମିଟର, ୫୦ମିଟର,୧୦୦ ମିଟର,୨୦୦ ମିଟର, ୪୦୦ମିଟର, ୬୦୦ ମିଟର ଦୌଡ଼, ଉଚ୍ଚ ଡିଆଁ, ଲମ୍ବଡିଆଁ, ଲୌହ ଗୋଳାଫିଙ୍ଗା, ଥାଳିଆ ଫିଙ୍ଗା, ବାଧା ଦୌଡ଼, ସଙ୍ଗୀତ ଚୌକି, ବାଲ୍ଟିରେ ବଲ୍ ଫିଙ୍ଗା, କାଚ ଗୋଲି ଚାମଚ ଓ ବେଙ୍ଗ ଡିଆଁ ଖେଳ ଅନୁଷ୍ଠିତ ହୋଇଥିଲା।

ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡ଼ାକୁ କ୍ରୀଡା ପ୍ରମୁଖ ଶ୍ରୀମାନ ଗୋପୀନାଥ ମହାପାତ୍ର ପରିଚାଳନା କରିଥିଲେ। କ୍ରୀଡ଼ା ପରିଚାଳକ ଭାବରେ ରଞ୍ଜନ କୁମାର ଜେନା,ଅମାନ୍ଦ ମିଣିଆକା ଓ ଉମା ଶଙ୍କର ବାଙ୍ଗାରୀ ଯୋଗ ଦେଇ ସୁଚାରୁ ରୂପେ କ୍ରୀଡା ପ୍ରତି ଯୋଗିତା ପରିଚାଳନା କରି ଥିଲେ। ସମସ୍ତ ଖେଳ ସ୍ଥାନୀୟ ବିଦ୍ୟାଳୟ ଓ ବ୍ଲକ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା।ଦୁଇ ଦିନ ଧରି ଚାଲିଥିବା ଏହି ବାର୍ଷିକ କ୍ରୀଡାର ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲକ୍ଷ୍ମୀପୁର ଥାନାର ଆଇଆଇସି ସୁଜ୍ଞାନୀ ସାହୁ ଯୋଗଦେଇ କ୍ରୀଡ଼ା ପତାକା ଅବତରଣ କରିଥିଲେ।

ଏଥିରେ ସଭାପତି ଭି ନାଗାରାଜୁ, ସମ୍ପାଦକ ଏକଲବ୍ୟ ଚୌଧୁରୀ, ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ସାହୁ, ସଦସ୍ୟ ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତି ଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ।ଶିଶୁ ବର୍ଗର ୧୦୦ ମିଟର ଦୌଡ଼ ଭାଇ ହରେଶ ମାଝୀ ପ୍ରଥମ, ବଦ୍ରିନାଥ ମାଣ୍ଡିଙ୍ଗା ଦ୍ଵିତୀୟ, ବସନ୍ତ ମହାନନ୍ଦିଆ ତୃତୀୟ। ଭଉଣୀ ତମ୍ବାଡ଼ିଆ ପୂଜା ପ୍ରଥମ, ଜୁଲି ଝୋଡ଼ିଆ ଦ୍ଵିତୀୟ,ପୁଷ୍ପାଞ୍ଜଳି ସାହୁ ତୃତୀୟ। ୨୦୦ ମିଟର ଦୌଡ଼ ଭାଇ ଜଳଧର ଟୁଡୁ ପ୍ରଥମ, ବସନ୍ତ ମହାନନ୍ଦିଆ ଦ୍ଵିତୀୟ, ଜୟପ୍ରକାଶ ସାହୁ ତୃତୀୟ, ଭଉଣୀ ତମ୍ବାଡିଆ ପୂଜା ପ୍ରଥମ, ହାସିନା ଖୋସ୍ଲା ଦ୍ଵିତୀୟ, ଭି ସୁନୈନା  କୋଣ୍ଡା ଦୋରା ତୃତୀୟ।୪୦୦ ମିଟର ଦୌଡ଼ ଭାଇ ହରେଶ ମାଝୀ ପ୍ରଥମ, ଶୁଭମ୍ ହିକକା ଦ୍ଵିତୀୟ, ରାଜ ସଗରିଆ ଓ ଦୟାନିଧି ସାହୁ ତୃତୀୟ, ଭଉଣୀ ସ୍ନିଗ୍ଧା ହିକକା ପ୍ରଥମ, ନିରୂପମା ପଟ୍ଟନାୟକ ଦ୍ଵିତୀୟ, ପିଙ୍କି କୁଲଦୀପ ତୃତୀୟ। ଲମ୍ବ ଡିଆଁ ଭାଇ ଶୁଭମ୍ ହିକକା ପ୍ରଥମ, ଜଳଧର ଟୁଡୁ ଦ୍ଵିତୀୟ, ହରେଶ୍ ମାଝୀ ତୃତୀୟ।

ଭଉଣୀ ଦିପ୍ତିମୟୀ ବିଶୋଇ ପ୍ରଥମ, ଜୁଲି ଝୋଡିଆ ଦ୍ଵିତୀୟ, ସ୍ମରଣିକା ପ୍ରଧାନ ତୃତୀୟ।ଉଚ୍ଚ ଡିଆଁ ଭାଇ ଜୟପ୍ରକାଶ ସାହୁ ପ୍ରଥମ, କୃଷ୍ଣଚନ୍ଦ୍ର ସାହୁ ଦ୍ଵିତୀୟ, ଶୁଭମ୍ ହିକକା ତୃତୀୟ, ଭଉଣୀ ତମ୍ବାଡିଆ ପୂଜା ପ୍ରଥମ ହୋଇଥିଲେ।ବାଲ୍ ବର୍ଗର ୧୦୦ ମିଟର ଦୌଡ଼ ଭାଇ କିରଣ କୁମାର ବିଶୋଇ ପ୍ରଥମ, ଲୋକନାଥ ବିଡ଼ିକା ଦ୍ଵିତୀୟ, ରାଜେଶ ପିଲେଣ୍ଟି ତୃତୀୟ, ଭଉଣୀ ସ୍ନିତିରାଣୀ ଖରା ପ୍ରଥମ, ଚନ୍ଦ୍ରିକା ମହାନନ୍ଦିଆ ଦ୍ଵିତୀୟ, ସ୍ୱାତୀପ୍ରଭା ଦତ୍ତ ତୃତୀୟ  ୨୦୦ ମିଟର ଦୌଡ଼ ଭାଇ ବାଲକ୍ରୀଷ୍ଣା ବିଶୋଇ ପ୍ରଥମ, ରାହୁଲ ସେଠୀ ଦ୍ଵିତୀୟ, ସଂଗ୍ରାମ ହିଆଲ୍ ତୃତୀୟ, ଭଉଣୀ ଚନ୍ଦ୍ରିକା ମହାନନ୍ଦିଆ ପ୍ରଥମ, କୋଇନା ସେଠୀ ଦ୍ଵିତୀୟ, ସୋନାଲି ଖରା ତୃତୀୟ।୪୦୦ ମିଟର ଦୌଡ଼ ଭାଇ ଅଂଶୁମାନ ଚୌଧୁରୀ ପ୍ରଥମ, ଆୟୁଷ୍ମାନ ଚୌଧୁରୀ ଦ୍ଵିତୀୟ, ରାହୁଲ ସେଠୀ ତୃତୀୟ, ଭଉଣୀ ସ୍ନିତିରାଣୀ ଖରା ପ୍ରଥମ, ସ୍ଵାତୀପ୍ରଭା ଦତ୍ତ ଦ୍ଵିତୀୟ, ସୋନାଲି ଖରା ତୃତୀୟ।୬୦୦ ମିଟର ଦୌଡ଼ ଭାଇ ଅଂଶୁମାନ ଚୌଧୁରୀ ପ୍ରଥମ, ଆୟୁଷ୍ମାନ ଚୌଧୁରୀ ଦ୍ଵିତୀୟ, ଅଭିଷେକ ପାଇକରାୟ ତୃତୀୟ, ଭଉଣୀ ସ୍ନିତିରାଣୀ ଖରା ପ୍ରଥମ, ଶ୍ରୀୟା ରେଲି ଦ୍ଵିତୀୟ, ସ୍ଵାତୀପ୍ରଭା ଦତ୍ତ ତୃତୀୟ।

ବାଧା ଦୌଡ଼ ରେ ଭାଇ ସଂଗ୍ରାମ ହିଆଲ ପ୍ରଥମ, ଲୋକନାଥ ବିଡିକା ଦ୍ଵିତୀୟ, ଅଂଶୁମାନ ଚୌଧୁରୀ ତୃତୀୟ, ଭଉଣୀ ଶ୍ରୀୟା ରେଲୀ ପ୍ରଥମ, ସୋନାଲି ଖୋସଲା ଦ୍ଵିତୀୟ, ସୋନାଲି ଖରା ତୃତୀୟ।ଲୌହ ଗୋଳା ଫିଙ୍ଗାରେ ଭାଇ ସାଇରାମ ଡାକୁଆ ପ୍ରଥମ, ସଂଗ୍ରାମ ହିଆଲ ଦ୍ଵିତୀୟ, ଇଶାନ୍ତ କୁମାର ଜେନା ତୃତୀୟ, ଭଉଣୀ ସୋନାଲି ମହାରଣା ପ୍ରଥମ, କୋଇନା ସେଠୀ ଦ୍ଵିତୀୟ, ଦୀପିକା ସାହୁ ତୃତୀୟ , ଥାଳିଆ ଫିଙ୍ଗାରେ ଭାଇ ଲୋକନାଥ ବିଡ଼ିକା ପ୍ରଥମ, ଯୋଗେଶ୍ୱର ବିଶୋଇ ଦ୍ଵିତୀୟ, ଗଣେଶ ହିକକା ତୃତୀୟ, ଭଉଣୀ ସୋନାଲି ମହାରଣା ପ୍ରଥମ, ଦୀପିକା ସାହୁ ଦ୍ଵିତୀୟ, କୋଇନା ସେଠୀ ତୃତୀୟ।ଉଚ୍ଚ ଡିଆଁରେ ଭାଇ କିରଣ କୁମାର ବିଶୋଇ ପ୍ରଥମ, ବାଲକ୍ରିଷ୍ଣା ବିଶୋଇ ଦ୍ଵିତୀୟ, ଆୟୁଷ୍ମାନ ଚୌଧୁରୀ ତୃତୀୟ, ଭଉଣୀ ମନିଷା ସାହୁ ପ୍ରଥମ, ଶ୍ରଦ୍ଧାଞ୍ଜଳି ଖରା ଦ୍ଵିତୀୟ, ଦୀକ୍ଷିତା ହିଆଲ ତୃତୀୟ।ଲମ୍ବ ଡିଆଁରେ ଭାଇ ବାଲକ୍ରିଷ୍ଣା ବିଶୋଇ ପ୍ରଥମ, କିରଣ କୁମାର ବିଶୋଇ ଦ୍ଵିତୀୟ, ପ୍ରେମ୍ କୁମାର ସାହୁ ତୃତୀୟ,

ଭଉଣୀ ଚନ୍ଦ୍ରିକା ମହାନନ୍ଦିଆ ପ୍ରଥମ, ସୋନାଲି ମହାରଣା ଦ୍ଵିତୀୟ, ସୋନାଲି ଖୋସଲା ତୃତୀୟ।ଅଭିଭାବକ ମାନଙ୍କ ଲୌହ ଗୋଲା ଫିଙ୍ଗାରେ ସହଦେବ ବିଶୋଇ ପ୍ରଥମ, ରମେଶ ସେଠୀ ଦ୍ଵିତୀୟ ଓ ରଞ୍ଜନ କୁମାର ଜେନା ତୃତୀୟ।ଅଭିଭାବିକା ମାନଙ୍କ ସଙ୍ଗୀତ ଚୌକିରେ ସ୍ବପ୍ନା ସାହୁ ପ୍ରଥମ,ଯସ୍ମିନ୍ ସାହୁ ଦ୍ଵିତୀୟ ଓ ଜାମି ଭବାନୀ ତୃତୀୟ।ମାତୃ ଭାରତୀଙ୍କ ସଙ୍ଗୀତ ଚୌକିରେ ସୁଚିତ୍ରା ବିଶ୍ବାଳ ପ୍ରଥମ, ସସ୍ମିତା ସାହୁ ଦ୍ଵିତୀୟ ଓ ତୋପଇ ବିଶୋଇ ତୃତୀୟ। ଗୁରୁମା ମାନଙ୍କ ଦଳଗତ ଖେଳରେ ସସ୍ମିତା ମଣ୍ଡଳ, ମିନା ମାଣ୍ଡିଙ୍ଗା ଓ ରୀତା ବେହେରା ପ୍ରଥମ, ଆରତି ପ୍ରିୟଦର୍ଶିନି ସାହୁ, ଗିରିଜା ହିଆଲ ଓ ନୁରୁଜା କନ୍ଦପାନ୍ ଦ୍ଵିତୀୟ , ସଙ୍ଗିତିକା ପାଲ, ସ୍ମିତା ସାହୁ ଓ ସୁନୀତା ସାହୁ ତୃତୀୟ ହୋଇଥିଲେ।

ଶ୍ରେଷ୍ଠ କ୍ରୀଡାବିତ୍ ଭାବରେ ଶିଶୁ ବର୍ଗର ହରେଶ ମାଝୀ ଓ ତମ୍ବାଡିଆ ପୂଜା ହୋଇଥିବା ବେଳେ ବାଲ୍ ବର୍ଗର କିରଣ କୁମାର ବିଶୋଇ, ବାଲକ୍ରିଷ୍ଣା ବିଶୋଇ ଓ ସ୍ନିତିରାଣୀ ଖରା ହୋଇଥିଲେ। ପ୍ରତ୍ୟେକ ଖେଳରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଭାଇ ଭଉଣୀ ଆସନ୍ତା ମାସରେ ହେବାକୁ ଥିବା କୋରାପୁଟ ସଙ୍କୁଳ କ୍ରୀଡ଼ାରେ ଭାଗ ନେବେ । ବନ୍ଦନା ଓ ମଞ୍ଚପରିଚାଳନା ଗୁରୁମା ଆରତି ପ୍ରିୟଦର୍ଶିନୀ ସାହୁ ଓ ଅନୁପମା ତୁରୁକ୍ କରିଥିଲେ।

ସମସ୍ତ ଗୁରୁଜୀ ଗୁରୁମା, ମାଉସୀ ଓ ଅଭିଭାବକ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା

Leave a Reply

Your email address will not be published. Required fields are marked *