ପ୍ରଦ୍ୟୁଷଣ ପ୍ରମାଣପତ୍ର ନଥିଲେ ମିଳିଵ ଇନ୍ଧନ -ହାଇକୋର୍ଟ

ଗାଡି ଚାଳକଙ୍କୁ ଆଶ୍ୱସ୍ତି

କଟକ ସଦର, ୨୭/୦୧/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ପ୍ରଦ୍ୟୁଷଣ ପ୍ରମାଣପତ୍ର  (ପିୟୁସିସି) ନଥିଲେ ପେଟ୍ରୋଲ ପମ୍ପ ରୁ ଗାଡ଼ି ଚାଳକ ଙ୍କୁ ଇନ୍ଧନ ମିଳିବନାହିଁ ବୋଲି ରାଜ୍ୟ ସରକାର ଙ୍କ ନିର୍ଦେଶନାମା ପ୍ରକାଶ ପାଇବା ପରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏପରିକି କଟିଥିଵା ସବୁ ଚାଲାଣ ଭରିଵା ପରେ ଯାଇଁ ପିୟୁସିସି ମିଳିବ ବୋଲି ମଧ୍ୟ ନିର୍ଦ୍ଦେଶନାରେ ଉଲ୍ଲେଖ ଥିଲା। ଏଥିପାଇଁ ଲୋକମାନଙ୍କର ମୈ।ଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ ହାଇକୋର୍ଟ ରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା।

ଏହାର ଵିଚାର କରି ଜନସାଧାରଣଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ଆଜି ମଙ୍ଗଳବାର ଦିନ ରାଜ୍ୟ ସରକାର ଙ୍କ ଏହି ଜନ ବିରୋଧି ନିର୍ଦ୍ଦେଶନାମା କୁ ରଦ୍ଦ କରି ପୂର୍ବ ପରି ଇନ୍ଧନ ମିଳିଵ ବୋଲି ରାୟରେ କହିବା ସହିତ କଟିଥିଵା ଚାଲାଣ କରିଥିଲେ ବି ପ୍ରଦ୍ୟୁଷଣ ପ୍ରମାଣପତ୍ର ମିଳିବ ବୋଲି କହିଛନ୍ତି। ହାଇକୋର୍ଟ ଙ୍କ ଏହି ରାୟ ପ୍ରକାଶ ପାଇବା ପରେ ଜନସାଧାରଣଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *