ମାହାଙ୍ଗା,୨୭/୦୧/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ଥାନା ଓ ମାହାଙ୍ଗା ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନକରାଯାଇଥିଲା । ସାମ୍ୱାଦିକ ଅର୍ଜୁନ ସାହୁ ଙ୍କ ସୁକନ୍ୟା ଆରାଧ୍ୟା ୭୭ ତମ ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଶହ ମହାମନିଷୀ ମାନଙ୍କର ଜୟଗାନ କରିଥିଲେ ଏବଂ ଜାତୀୟ ସଙ୍ଗୀତ ଗାନ କରିଥିଲେ ।

ଏହାପରେ ଅପରାହ୍ନରେ କଳିଙ୍ଗ ସମାଜ ସେବା ସଂଗଠନ ପକ୍ଷରୁ ଆରଧ୍ୟାଙ୍କ ବିଚକ୍ଷଣ ପ୍ରତିଭା ଓ ବହୁ ଗୁଣର ଅଧିକାରୀ ଥିବାରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସରୋଜ ବନ୍ଧୁ ଦାସ, ସର୍ବଭାରତୀୟ ଶିକ୍ଷା ସମାଜ ସଭାପତି ଯୁଧିଷ୍ଟିର ଖଟୁଆ,ସ୍ନାୟୁ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀ, ସାହିତ୍ୟିକ ତଥା ସାମ୍ବାଦିକ ଭକ୍ତ ଚରଣ ସାହୁ, ନାଟ୍ୟକାର ତଥା ଶିକ୍ଷକ ଭାବଗ୍ରାହୀ ଦାସ, କଳିଙ୍ଗ ସମାଜ ସେବା ସଂଗଠନ ର ସଭାପତି ଉତ୍କଳ ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥଲେ ।
