କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ 

କଟକ ସଦର, ୨୭/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ଠାରେ ଅବସ୍ଥିତ ଅଗ୍ରଣୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ତ୍ରିଂଶତିତମ ବାର୍ଷିକ ଉତ୍ସବ ଆଜି ମଙ୍ଗଳବାର ଦିନ ମହାଆଡମ୍ବରରେ ପାଳିତ ହୋଇଯାଇଛି।

ଏହି ଅବସରରେ ପରିଚାଳନା କମିଟି ସଭାପତି ସାଧୁ ଚରଣ ଜେନା ଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ସମ୍ମାନିତ ଅତିଥି ଭାବେ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଓ ମୁଖ୍ୟ ବକ୍ତାଭାବେ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ଡ଼ଃ ସୁରେଖା ସୁନ୍ଦରୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଶିଶୁ ବିଦ୍ୟାମନ୍ଦିର ମାନଙ୍କରେ ସଂସ୍କାର ଧର୍ମୀ ସୈ।ଖିକ ବ୍ୟବସ୍ଥା କୁ ଭୁୟସୀ ପ୍ରଶଂସା କରିଥିଲେ।

ଏଥିରେ ପ୍ରଧାନାଚାର୍ଯ୍ୟ ପ୍ରଭାକର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପରିଚାଳନା କମିଟି ସଂପାଦକ ରାଧାକୃଷ୍ଣ ସ୍ୱାଇଁ ବିବରଣୀ ଉପସ୍ଥାପନା କରିଥିଲେ। କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିବା ବେଳେ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା। ପରିଚାଳନାରେ ଉପଦେଷ୍ଟା ହୃଷିକେଶ ଜେନା, ଉପଦେଷ୍ଟା ନବଘନ ରାଉତ,ଗୈ।ରାଙ୍ଗ ତରାଇ, ଆଚାର୍ଯ୍ୟ ଦିଲିପ ଜେନା, ପ୍ରଭାତ ପ୍ରଧାନ, ତ୍ରିଲୋଚନ ହାତୀ,ପ୍ରଣୟ ଜେନା,ଗୁରୁମା ନମିତା ପ୍ରଧାନ, ବିଷ୍ଣୁପ୍ରିୟା ପଣ୍ଡା, ଅନିତା ଶତପଥୀ,ଅନସୂୟା ମହାନ୍ତ, ଲୋଚନ ପରିଡ଼ା, ସୁପ୍ରଭା ମିଶ୍ର ପ୍ରମୁଖ ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଓ କର୍ମଚାରୀ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *