ପୂର୍ବତନ କ୍ୟାପଟେନ ନୃସିଂହ ଚରଣ ଦାସଙ୍କ ପରଲୋକ

କେନ୍ଦ୍ରାପଡ଼ା,୨୧/୦୮/୨୦୨୬ (ଓଡ଼ିଶା ସମାଚାର)-ଭାରତୀୟ ସେନାବାହିନୀର ପୂର୍ବତନ କ୍ୟାପଟେନ ତଥା କେନ୍ଦ୍ରାପଡା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ନୃସିଂହ ଚରଣ ଦାସଙ୍କ ଶୁକ୍ରବାର ୮୩ବର୍ଷ ବୟସରେ ପରଲୋକ ହୋଇଯାଇଛି ।

ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ଧର୍ମପତ୍ନୀ, ପୁତ୍ର ଶାନ୍ତନୁ, ସନ୍ତୋଷ, ସରୋଜ, ସୁବାସ ଓ ସୌଭାଗ୍ୟ, ବୋହୁ, ୩ଝିଅ, ଜ୍ୱାଇଁ, ସାନଭାଇ ନିରଞ୍ଜନ ଓ କ୍ଷୀରୋଦଙ୍କ ସମେତ ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ ।

ତାଙ୍କ ବିୟୋଗ ଖବର ପାଇ ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ପୂର୍ବତନ ସୈନିକସଂଘ ସଭାପତି ଅଭୟ ଲେଙ୍କା ଓ ସମ୍ପାଦକ ବିରବର ପାତ୍ରଙ୍କ ସମେତ ୨୦ରୁ ଉଦ୍ଧ୍ୱର୍ ସଦସ୍ୟ ତାଙ୍କ ଶ୍ୟାମସୁନ୍ଦରପୁରସ୍ଥିତ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ପୂର୍ବତନ ସୈନିକ ସଂଘ ପକ୍ଷରୁ କ୍ୟାପେଟନ ନୃସିଂହ ଚରଣ ଦାସଙ୍କ ମରଶରୀରରେ ଜାତୀୟ ପତାକା ଘୋଡାଇ ଦିଆଯାଇ ଶେଷ ସମ୍ମାନ ଜ୍ଞାପନ କରାଯାଇଥିଲା । ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଜ୍ୟେଷ୍ଠପୁତ୍ର ଶାନ୍ତନୁ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *