” ବିଭିନ୍ନତା ମଧ୍ୟରେ ଏକତା ଆମ ଦେଶର ମୂଳମନ୍ତ୍ର”
ଭୁବନ ୨୬/୦୧/୨୦୨୬ (ଓଡ଼ିଶା ସମାଚାର)-ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ୭୭ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଉପ ନଗରପାଳ ଶ୍ରୀମତୀ ମାନିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ । ଶ୍ରୀମତୀ ସାହୁ ଦେଶର ଏକତା ,ଅଖଣ୍ଡତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ଯେ, ଗଣତନ୍ତ୍ର ଦିବସ ଏକ ଉତ୍ସବ ର ଦିନ ନୁହେଁ ,ଏହା ସଂଘର୍ଷ ର ସ୍ମୃତି ।
ବିଭିନ୍ନତା ମଧ୍ୟରେ ଏକତା ହେଉଛି ଆମ ଦେଶର ମୂଳମନ୍ତ୍ର । ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ ଏବଂ ଗଣତନ୍ତ୍ର ର ଆତ୍ମା । ସମ୍ବିଧାନ ର ଶକ୍ତି ,ଲୋକତନ୍ତ୍ର ର ଗରିମା ଏବଂ ଭାରତର ଏକତାକୁ ସ୍ମରଣ କରିବାର ଦିନ । ତେଣୁ ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରି ଆମ ସମ୍ବିଧାନ ର ଗାରିମା ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଭୁବନ ଏନ୍ ଏ ସି ନିର୍ବାହୀ ଅଧିକାରୀ ପ୍ରଦତ୍ତ କୁମାର ସାହୁ ଙ୍କ ସମେତ କାଉନସିଲର ମାନେ ଯୋଗଦେଇଥିଲେ ।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ର କୃତୀ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ପୂର୍ବରୁ ଉପନଗରପାଳ ଶ୍ରୀମତୀ ସାହୁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତୋଳନ କରିଥିଲେ ଓ କାଳୀ ବଜାର ସ୍ଥିତ ସହିଦ ବାଜି ରାଉତ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଡାକ୍ତରଖାନା ରେ ରୋଗୀ ଙ୍କୁ ଫଳ ବଣ୍ଟନ କରିଥିଲେ । ଭୁବନ ର ସମସ୍ତ ସରକାରୀ,ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
