ନିମାପଡ଼ା ୨୪/୦୫/୨୦୨୬ (ଓଡ଼ିଶା ସମାଚାର)-ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ନିର୍ଭୀକ ଯୁବ ସାମ୍ବାଦିକ ବିଶ୍ୱଜିତ୍ ମିଶ୍ରଙ୍କ ନାମରେ ମିଥ୍ୟା ମକଦ୍ଦମାକୁ ନେଇ ଆଜି ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ପରାମର୍ଶ କ୍ରମେ ନିମାପଡ଼ା ଏସଡିପିଓ ଜନାର୍ଦନ ପାଢ଼ୀଙ୍କ ନିକଟରେ ଫେରାଦ ଦେଇଛି ନିମାପଡ଼ା ପ୍ରେସ କ୍ଳବର ପ୍ରତିନିଧି ଦଳ।ଗତ ୨୨ତାରିଖରେ ଏହି ମିଥ୍ୟା ମକଦ୍ଦମା କୁ ନେଇ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଗୋପ ଜଳସେଚନ ଡାକ ବଙ୍ଗଳାରେ ଆୟୋଜିତ ହୋଇଥିବା କାର୍ଯ୍ୟକାରୀ ବୈଠକରେ ଘଟଣାକୁ ନେଇ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା ବେଳେ ଘଟଣାକୁ ସଂଘ ପକ୍ଷରୁ ଗୁରୁତର ସହ ନିଆଯାଇଥିଲା।
ଆଜି ରାଜ୍ୟ ସଭାପତିଙ୍କ ପରାମର୍ଶ କ୍ରମେ ନିମାପଡ଼ା ପ୍ରେସ କ୍ଳବର ପ୍ରତିନିଧି ଦଳ ଏସଡିପିଓଙ୍କୁ ଘଟଣା ସମ୍ପର୍କରେ ଅବଗତ କରିବା ସହ ଏହି ମିଥ୍ୟା ମାମଲା କୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ। ଅନ୍ୟ ପଟେ ଏହି ମିଥ୍ୟା ମାମଲା ସମ୍ପର୍କରେ ନିମାପଡା ଏସଡିପିଓ ପୁରୀ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଙ୍କ ସହିତ ଆଲୋଚନା କରିଥିବା କହିଥିଲେ ଏବଂ ଘଟଣାର ସତ୍ୟା ସତ୍ୟ ଅନୁସନ୍ଧାନ ନିମନ୍ତେ ଏକ ଦୁଇ ଜଣିଆ ତଦନ୍ତ ଅଧିକାରୀଙ୍କୁ ଦାଇତ୍ୱ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।ଅନ୍ୟ ପଟେ ନିମାପଡ଼ା ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ଆକ୍ରୋଶ ମନୋଭାବ ନେଇ ଯୁବ ସାମ୍ବାଦିକ ବିଶ୍ୱଜିତ୍ ଙ୍କ ନାମରେ କରିଥିବା ମିଥ୍ୟା ମାମଲା ପ୍ରତ୍ୟାହାର ନହେଲେ ଆଗକୁ ଉତ୍କଳ ସାମ୍ବାଦିକ ସଂଘ ପୋଲିସ ଡିଜି ଓ ପୁରୀ ଆରକ୍ଷୀ ଅଧୀକ୍ଷକ ଙ୍କ ନିକଟରେ ଫେରାଦ ହେବ ବୋଲି ରାଜ୍ୟ ସଂଘ ସଭାପତି ବିଭୁତି ଭୂଷଣ କର କହିଥିଲେ।
ଏହି ଆଲୋଚନାରେ ନିମାପଡ଼ା ପ୍ରେସ କ୍ଳବ୍ ସଭାପତି ଅକ୍ଷୟ ବେହେରା,ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ଉପଦେଷ୍ଟା ବିଚିତ୍ରା ନନ୍ଦ ସାହୁ,ସଞ୍ଜୟ ପତି,ଶରତ ସେନାପତି,ମାନସ ଦାସ ସମ୍ପାଦକ ରମାକାନ୍ତ ବେହେରା ସଂଗଠନ ସମ୍ପାଦକ ସୁଦର୍ଶନ ବେହେରା,କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ବେହେରା, ସଦସ୍ୟ ସନ୍ତୋଷ ବରାଳ,ମୋହନ କୁମାର ପାତ୍ର ପ୍ରମୁଖ ପ୍ରକାଶ କରିଛନ୍ତି।
