ଭୁବନ ମହିଳା ମହାବିଦ୍ୟାଳୟ ରେ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା ଚକ୍ର

                                                 ଜଗନ୍ନାଥ ବିଶ୍ଵ ନିୟନ୍ତା,ସର୍ବ ଧର୍ମ ସମନ୍ଵୟ ର ପ୍ରତୀକ

ଭୁବନ ୧୬/୦୧/୨୦୨୪ (ଓଡ଼ିଶା ସମାଚାର)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ନୁଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବ ଏବଂ ଅଧ୍ୟାପକ ନିରଞ୍ଜନ ନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ରେ ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ଧର୍ମଶାଳା ପଦାର୍ଥ ବିଜ୍ଞାନ ପ୍ରଫେସର  ଡଃ ଗୌରୀ ଶଙ୍କର ସାହୁ ଜଗନ୍ନାଥ ମନ୍ଦିର ଓ ବିଜ୍ଞାନ ସମ୍ବନ୍ଧରେ ବିଶଦ ବିବରଣୀ ପ୍ରଦାନ କରିବା ସହ ଆଜିର ବିଜ୍ଞାନ ଯାହା ପ୍ରମାଣ କରୁଛି ତାହା ୧୧ ଶହ ଶତାବ୍ଦୀରେ ସ୍ଥପତି ଶ୍ରୀମନ୍ଦିର ନିର୍ମାଣ କରିଥିଲେ । ଓଡ଼ିଆ ସ୍ଥପତି ମାନେ ବିଜ୍ଞାନ ସମ୍ବନ୍ଧରେ ବହୁ ପୂର୍ବରୁ ଅବଗତ ଥିଲେ । ଅନ୍ୟତମ ବକ୍ତା ଆଦିତ୍ୟ ବାହିନୀ ପ୍ରବକ୍ତା ତଥା ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଶ୍ରୀମନ୍ଦିର ର ନିତିକାନ୍ତି ତଥା ବିଭିନ୍ନ ନାମରେ ସାର୍ଥକତା କୁ ବିଶଦ ଭାବେ ଆଲୋଚନା କରି   ଶ୍ରୀ ଜଗନ୍ନାଥ ବିଶ୍ଵ ର ଠାକୁର,ସେ ବିଶ୍ଵ ନୀୟନ୍ତା,ଯାହାର ଆଦି ନାହିଁ କି ଅନ୍ତ ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥ ସର୍ବ ଧର୍ମ ସମନ୍ଵୟ ର ପ୍ରତୀକ ।ଜାତି,ଧର୍ମ , ବର୍ଣ୍ଣ ନିର୍ବିଶେଷରେ ଜଗନ୍ନାଥ ସମସ୍ତଙ୍କର ଠାକୁର ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରୀ ମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *