ଶ୍ରୀସିଦ୍ଧ ବଳଦେବଜୀଉଙ୍କ ପୀଠରେ ପଂଚୁକବ୍ରତ ଓ ହବିଷ୍ୟାଳୀ ଉତ୍ସବ ଉଦଯାପିତ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଦିବ୍ୟଜୀବନ ସଂଘ ଶାଖା ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ଆନୁକୂଲ୍ୟରେ ତୁଳସୀକ୍ଷେତ୍ର ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପୀଠରେ ସାତଦିନ ଧରି ଚାଲିଥିବା ହବିଷ୍ୟାଳୀ ଉତ୍ସବ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀଜୀଉଙ୍କ ମନ୍ଦିର ପରିସରରେ ଉଦଯାପିତ ହୋଇଯାଇଛି । ହବିଷ୍ୟାଳୀମାନେ ଶ୍ରୀଜୀଉଙ୍କ ମନ୍ଦିରରେ ରାଇଦାମୋଦର ପୂଜା କରିବା ସହିତ ପ୍ରତ୍ୟେହ ଆଧ୍ୟାତ୍ମିକ ପ୍ରବଚନ ପ୍ରଭୃତିରେ ଅଂଶଗ୍ରହଣ କରିଥାନ୍ତି । ହବିଷ୍ୟାଳୀଙ୍କ ରହିବା, ଖାଇବା ବ୍ୟବସ୍ଥା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପ୍ରଭୃତି କାର୍ଯ୍ୟ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଶ୍ରମ ପକ୍ଷରୁ କରାଯାଇଥିଲା । ସାତଦିନ ଧରି ଶ୍ରୀମା ଏବଂ ଅନ୍ୟାନ୍ୟ ସାଧୁସନ୍ୟାସୀମାନେ ଶ୍ରୀଜୀଉଙ୍କ ମନ୍ଦିର ଝୁଲଣ ମଣ୍ଡପରେ ହବିଷ୍ୟାଳୀମାନଙ୍କୁ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ । ସମାଜର ମଙ୍ଗଳ ଓ ସମାଜ ସଂସ୍କାର ପାଇଁ ସର୍ବଦା କାର୍ଯ୍ୟ କରି ଆସୁଥିବା ଶ୍ରୀମା’ଙ୍କୁ ସମସ୍ତ କେନ୍ଦ୍ରାପଡାବାସୀ ସାଧୁବାଦ ଜ୍ଞାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଶ୍ରୀଜୀଉଙ୍କ ଦେବୋର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ବଳରାମ ସୁଆର, ନିରଞ୍ଜନ ମେକାପ, ମନୋରଞ୍ଜନ ତ୍ରିପାଠୀ, ରିତାଞ୍ଜଳି ନାଥ, ଦୌ୍ରପଦୀ ରାଉତ, ସନ୍ତୋଷ ପଣ୍ଡା, ଗାୟତ୍ରୀ ମହାନ୍ତି, ଅଭିମନୁ୍ୟ ଗୋଛାୟତ, ସୁମିତ୍ରା ପାଢୀ, ଶୈଳଜାଶଙ୍କର ସାମଲ, ଆଳିଜଙ୍ଗା ମହିଳା ମଣ୍ଡଳି, ବାକୁ ପରିଡା, ବଳଦେବ ସେନାର ପପୁନ ସ୍ୱାଇଁ, ଶ୍ରୀଜୀଉଙ୍କ ମନ୍ଦିରର ସମସ୍ତ ସେବାୟତ, ପ୍ରଦୀପ୍ତ ମହାନ୍ତି, ନୃସିଂହ ତ୍ରିପାଠୀ, ଶିବ ପ୍ରସାଦ ନାୟକ, ଶିବ ପ୍ରସାଦ ପରିଡା, ଜ୍ୟୋସ୍ଣାରାଣୀ ପରିଡାଙ୍କ ସମେତ ଜିଲାର ବୁଦ୍ଧିଜିବୀମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା ।

Leave a Reply

Your email address will not be published. Required fields are marked *