ଢେଙ୍କାନାଳ, ୨୩/୦୧/୨୦୨୬ (ଓଡ଼ିଶା ସମାଚାର)- ଢେଙ୍କାନାଳ ମହିଷାପାଟଠାରେ ଚାଲିଥିବା ଢେଙ୍କାନାଳ ମହୋତ୍ସବ ତୃତୀୟ ସଂନ୍ଧ୍ୟା ଅନୁଷ୍ଠିତ ହୋଇଛି । ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଢେଙ୍କାନାଳ ବୀରତ୍ବର ମାଟି । ଯିଏ ଅନ୍ୟୟ କରିବ ତାହାକୁ ଜବାବ ଦିଆଯିବ । ଏକଥା ବାଜିରାଉତଙ୍କ ବିରୋତ୍ବରୁ ଜଣାଯାଏ । ଜଗତର କଲ୍ୟାଣ ଚିନ୍ତା ଏ ମାଟି ଶିଖାଇଛି । ମହିମା ଧର୍ମର ଏ ବାର୍ଭା ବିଶ୍ବକୁ ଦିଗଦର୍ଶନ ଦେଉଛି । ସ୍ବାଧିତ୍ବ ପରବର୍ତ୍ତୀ ଢେଙ୍କାନାଳର ଗର୍ବ, ଗୌରବର ଫର୍ଦ ଜିଲ୍ଲାକୁ ଗାରିମାମୟ କରେ । ଲୋକଙ୍କ ସରକାର ଏ ଜିଲ୍ଲାର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ ।
ଢେଙ୍କାନାଳରେ ବିକାଶର ଧାରା ଆରମ୍ଭ ହୋଇଛି । କପିଳାସ, ଯୋରନ୍ଦା ଓ ସପ୍ତଶଯ୍ୟାର ଉନ୍ନତି ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ନଚନ୍ଦ୍ର ପାତ୍ର କହିଥିଲେ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଥିଲେ । ଢେଙ୍କାନାଳ ବୀରତ୍ବ ଓ ସଂସ୍କୃତିର ମାଟି । ବାଜି ରାଉତଙ୍କ ବୀରତ୍ବ ଯୁବପିଢିଙ୍କ ଆଦର୍ଶ ହେଉ । ଢେଙ୍କାନାଳର ବିକାଶ ଆଗେଇଚାଲିଛି । ଶିଳ୍ପ ପ୍ରତିଷ୍ଠା ଢେଙ୍କାନାଳକୁ ଦେଶରେ ସ୍ବତନ୍ତ୍ର ପରିଚୟ ଦେବ । କ୍ରୀଡା ପ୍ରତିଭାର ବିକାଶ ପାଇଁ ୧୨୦ କୋଟି ବ୍ୟୟରେ ବାଜି ରାଉତ ସ୍ପୋର୍ଟ୍ସ କମ୍ପଲେକ୍ସ ନିର୍ମାଣ ହେଉଛି । ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଣ ପାଇଁ ୧୨ ଶହ କୋଟିର ମେଗା ପାନୀୟ ଜଳ ପ୍ରକଳ୍ପ କରାଯାଉଛି । ପିଲାଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ପ୍ରଦାନ କରିବା ଉଚିତ । ଆଜିର ଶିଶୁ ସୁସ୍ଥ ହେଲେ ବିକାଶି ଓଡ଼ିଶା ଓ ବିକଶିତ ଦେଶ ଗଠନ ହୋଇପାରିବ ବୋଲି କହିଥିଲେ ।
ଅନ୍ୟତମ ଅତିଥି ଭାବେ ଢେଙ୍କାନାଳ ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ହିନ୍ଦୋଳ ବିଜ୍ଞପିତ ଅଞ୍ଚଳ ପରିଷଦ ଅଧକ୍ଷ ଶ୍ରୀ କେଶବ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ସ୍ବାଗତ ଭାଷଣ ଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଅଭିଷେକ ବେହେରା ଧନ୍ୟବାଦ ଦେଇଥିଲେ । ଗୋଟିପୁଅ, ଭାଙ୍ଗଡା, ଓଡିଶୀ ନୃତ୍ୟ ଓ ସଡକ ସୁରକ୍ଷା ସଚେତନା ଏବଂ ଅସୀମ ପଣ୍ଡାଙ୍କ ସଂଗୀତ ପରିବେଷଣ ହୋଇଥିଲା ।
