ବିଶିଷ୍ଟ ଗାନ୍ଧୀବାଦି ବ୍ୟକ୍ତି ବିଦ୍ୟାଧର ସାହୁ ଙ୍କ ପରଲୋକ

ଭୁବନ, ୨୫/୦୩/୨୦୨୫ (ଓଡ଼ିଶା ସମାଚାର)-  ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଗ୍ରାମର ବିଶିଷ୍ଟ ଗାନ୍ଧୀବାଦି ତଥା ଧର୍ମ ପରାୟଣ ବ୍ୟକ୍ତି ବିଦ୍ୟାଧର ସାହୁ ଙ୍କ ର ଗତ ରବିବାର ରାତ୍ର ୧୧ ଘଟିକା ସମୟରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ।

ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ବଡ ପୁଅ ପୂର୍ବତନ ସରପଞ୍ଚ ନଟବର ସାହୁ,ମଝିଆ ପୁଅ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ନୀଳମଣି ସାହୁ,ସାନ ପୁଅ ପ୍ରମୋଦ ସାହୁ ଙ୍କ ସମେତ ପୁତ୍ରବଧୂ,ନାତି ନାତୁଣୀ ଉପସ୍ଥିତ ଥିଲେ । ଗାନ୍ଧୀବାଦି ତଥା ଶତାୟୁ ବିଦ୍ୟାଧର ସାହୁ ଙ୍କ ବିୟୋଗ ଖବର ପାଇ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଯମୁନା କୋଟ ସରପଞ୍ଚ ରଞ୍ଜନ ବାରିକ,ପୂର୍ବତନ ସରପଞ୍ଚ ଶ୍ରୀମତୀ ଖୁଲଣା ରାଉତ, ପାରିମାଳ କଲେଜ ପୂର୍ବତନ ଅଧ୍ୟକ୍ଷ ତଥା ଯମୁନାକୋଟ ଭାଗବତ ଟୁଙ୍ଗୀ ସଭାପତି ରମେଶ ଚନ୍ଦ୍ର ପାଣି, ପୂର୍ବତନ ଗ୍ରାମ ସଭାପତି ଭଗବାନ ବାରିକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଲୋକ ଶବ ଶୋଭାଯାତ୍ରା ରେ ସାମିଲ ହୋଇ ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡ଼ପୁଅ ପୂର୍ବତନ ସରପଞ୍ଚ ନଟବର ସାହୁ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ବିଦ୍ୟାଧର ଏକାଧାରରେ ଜଣେ ବିଶିଷ୍ଟ ଗାନ୍ଧିବାଦୀ, ନୀତିନିଷ୍ଠ,ସ୍ପଷ୍ଟବାଦି,ସଚ୍ଚୋଟ, ଧର୍ମ ପରାୟଣ,ଆଦର୍ଶ ବ୍ୟକ୍ତି ହୋଇ ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ସ୍ବର୍ଗତ ବିଦ୍ୟାଧର ବାବୁ ଅବିଭକ୍ତ ଢେ଼ଙ୍କାନାଳ ଜିଲ୍ଲାର ପ୍ରଥମ ଏବଂ ଏକ ନମ୍ବର ସଚ୍ଚୋଟ ଠିକାଦାର ଥିଲେ । ସେ ସମୟରେ ଜିଲ୍ଲା ସାରା ସମସ୍ତ କାଠ ପୋଲ ଓ ରାସ୍ତା ସବୁ ସେ ତିଆରି କରିଥିଲେ । କାମାକ୍ଷା ନଗର ଜଣେ ନୀତି ନିଷ୍ଠ,ବିଶିଷ୍ଟ ଗାନ୍ଧୀବାଦି,ପ୍ରଚଣ୍ଡ ସ୍ଵାଭିମାନୀ ବ୍ୟକ୍ତି ଙ୍କୁ ହରାଇଲା ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ତାଙ୍କ ଶୋକ ବାର୍ତ୍ତା ରେ ପ୍ରକାଶ କରିବା ସହ ସ୍ବର୍ଗତ ଆତ୍ମା ବୈକୁଣ୍ଠ ପ୍ରାପ୍ତି ହେଉ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *