ଭୁବନ ୧୯/୦୨/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଥାନା ରେ ନୂତନ ଆଇଆଇସି ଭାବେ ଧୀରେନ୍ଦ୍ର କୁମାର ସ୍ବାଇଁ ଯୋଗଦେଇଛନ୍ତି । ଶ୍ରୀଯୁକ୍ତ ସ୍ୱାଇଁ ବିଦାୟୀ ଆଇ ଆଇ ସି ଶ୍ରୀମତୀ ମନସ୍ଵିନୀ ମହାନ୍ତି ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଶ୍ରୀଯୁକ୍ତ ସ୍ୱାଇଁ ପୂର୍ବରୁ ୨୦୨୧-୨୨ ରେ ଭୁବନ ଥାନାରେ ଏସ ଆଇ ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ଏବଂ ବିଜେପୁର ଥାନାରୁ ଏଠାକୁ ବଦଳି ହୋଇ ଆସିଛନ୍ତି । ନୂତନ ଆଇଆଇସି ଶ୍ରୀଯୁକ୍ତ ସ୍ୱାଇଁ ଜଣେ ଦକ୍ଷ, କର୍ତ୍ତବ୍ୟନିଷ୍ଠ,ଦୁର୍ନୀତିମୁକ୍ତ ତଥା ସଚ୍ଚୋଟ ଅଫିସର ଭାବେ ତାଙ୍କର ସୁନାମ ରହିଛି । ଭୁବନ ରେ ଆଇନ ଶୃଙ୍ଖଳା ପରିସ୍ଥିତି ସହିତ ଥାନାକୁ ଆସୁଥିବା ଗରିବ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନାରେ ପ୍ରକାଶ କରିଥିଲେ। ବିଦାୟୀ ଆଇ ଆଇ ସି ଶ୍ରୀମତୀ ମନସ୍ଵିନୀ ମହାନ୍ତି ଢେ଼ଙ୍କାନାଳ ଜିଲ୍ଲା ତୁମୁସିଂହା ଥାନାକୁ ବଦଳି ହୋଇ ଯାଇଛନ୍ତି। ଶ୍ରୀମତୀ ମହାନ୍ତି ଭୁବନ ର ଗଣପର୍ବ ଦଶହରା ବଳଦ ଯାତ୍ରା ସହିତ ସାଧାରଣ ନିର୍ବାଚନକୁ ଅତ୍ୟନ୍ତ ଶୃଙ୍ଖଳା ସହିତ ପରିଚାଳନା କରି ପ୍ରଶଂସିତ ହୋଇଥିଲେ ।
ଭୁବନ ଥାନା ରେ ଧୀରେନ୍ଦ୍ର ସ୍ୱାଇଁ ନୂତନ ଆଇଆଇସି ଭାବେ ଯୋଗଦେଲେ
