ଗାନ୍ଧିଜୀଙ୍କ ତିରୋଧାନ ଦିବସକୁ ସାମ୍ପ୍ରଦାୟିକ ସଦ୍ଭାବନା ଦିବସ ରୂପେ ପାଳନ

କେନ୍ଦ୍ରାପଡ଼ା, ୩୧/୦୧/୨୦୨୫(ଓଡ଼ିଶା ସମାଚାର)- ମାନବ ସଭ୍ୟତା ପ୍ରତି ବିପଜ୍ଜନକ ସାମ୍ପ୍ରଦାୟିକତାର ନିଆଁରେ ବଳି ପଡିଥିବା ପ୍ରଥମ ଶାନ୍ତିପ୍ରିୟ ମଣିଷ ଥିଲେ ଗାନ୍ଧିଜୀ । ସେହି ଧର୍ମୀୟ ମୌଳବାଦ ଏବେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରୁଥିବା ବେଳେ ଗାନ୍ଧିଜୀଙ୍କ ତିରୋଧାନ ଦିବସକୁ ଗାନ୍ଧିବାଦୀ ସଂଗଠନମାନଙ୍କ ପକ୍ଷରୁ ଚଳିତ ବର୍ଷ ସାମ୍ପ୍ରଦାୟିକ ସଦ୍ଭାବନା ଦିବସ ରୂପେ ପାଳନ କରାଯିବା ତାତ୍ପର୍ଯ୍ୟ ବହନ କରେ ବୋଲି ଜିଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ସର୍ବୋଦୟ ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ସହିଦ ଦିବସ ପାଳନ ସଭାରେ ଆଲୋଚକମାନେ ମତବ୍ୟକ୍ତ କରିଛନ୍ତି । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଜିଲା ସମ୍ପାଦକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ପବ୍ଲିକ୍ ରିଡିଂ ରୁମ୍ ପରିସରରେ ଆୟୋଜିତ ସଭାରେ ବରିଷ୍ଠ ସାହିତ୍ୟିକ ଡ. ବାସୁଦେବ ଦାସ, ଅଧ୍ୟାପକ ଅଜୟ ସାମଲ, ସର୍ବୋଦୟ ମଣ୍ଡଳ ଜିଲା ସଭାପତି ଅକ୍ରୁର ପଲାଇ, ରାଜ୍ୟ କମିଟି ସଭ୍ୟ ମହେନ୍ଦ୍ର ପଟ୍ଟନାୟକ, ରବୀନ୍ଦ୍ର ପ୍ରସାଦ ଜେନା, ରମଣୀ ରଞ୍ଜନ ରାଉତରାୟ, ରଣଧୀର ଜେନା, ନ୍ରୁସିଂହ ତ୍ରିପାଠୀ, ଅବଧୂତ ରାଉତ, ଶ୍ରୀଧର ମହାନ୍ତି, ଆଶିଷ ସେନାପତି, ବୈଷ୍ଣବ ସ୍ୱାଇଁ, ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଆଲୋଚନା କରି ଗାନ୍ଧିଜୀଙ୍କ ବିଚାରର ପ୍ରାସଙ୍ଗିକତା ଅବତାରଣା କରିଥିଲେ । ସତ୍ୟ ନାରାୟଣ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *