ଏସ ୟୁ ଜେ ଢେ଼ଙ୍କାନାଳ ଶାଖା ସାଂଗଠନିକ ବୈଠକ

ଶଶୀ ମୌଳି ରଥ ସଭାପତି,ପ୍ରଦ୍ୟୋତ ବିଶ୍ଵାଳ ସମ୍ପାଦକ

ଭୁବନ ୨୧/୦୧/୨୦୨୬ (ଓଡ଼ିଶା ସମାଚାର)- ଷ୍ଟେଟ ୟୁନଅନ ଅଫ ଜର୍ଣାଲିଷ୍ଟ (ଏସ ୟୁ ଜେ) ଢେ଼ଙ୍କାନାଳ ଜିଲ୍ଲା ଶାଖାର ସାଂଗଠନିକ ବୈଠକ ବୋରାପଦା ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ଆବାହକ ଗଗନ ବିହାରୀ ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ୨୦୨୬-୨୭ ପାଇଁ ଶଶୀ ମୌଳି ରଥ ଙ୍କୁ ସର୍ବ ସମ୍ମତ କ୍ରମେ ସଭାପତି ଓ ପ୍ରଦ୍ୟୋତ କୁମାର ବିଶ୍ବାଳ ଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା ।

ପରବର୍ତୀ ବୈଠକ ରେ ଜିଲ୍ଲା ଟିମ୍ ଗଠନ କରାଯିବ ବୋଲି ଘୋଷଣା କରାଯାଇଥିଲା । ଏହି ବୈଠକ ରେ ଜାତୀୟ ପରିଷଦ କାର୍ଯ୍ୟକାରିଣୀ ସଭ୍ୟ ମଧୂପ ରଞ୍ଜନ ନନ୍ଦ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସଦାଶିବ ମହାପାତ୍ର,ଶ୍ୟାମ ସୁନ୍ଦର ସାହୁ,ଡଃ ଅମିୟ କୁମାର ଚାନ୍ଦ,ଜେନାମଣି ଦିଲ୍ଲୀପ କୁମାର ରାୟ,ଆଶୁତୋଷ ପଟ୍ଟନାୟକ,ସୁଶାନ୍ତ କୁମାର ପୋଥାଳ,ମନୋଜ କୁମାର ପୋଥାଳ, ରବିନ୍ ଦାସ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *