କଟକ ସଦର , ୧୯/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ସ୍ଥିତ ସାମାଜିକ ସଂଗଠନ ଵିପଦର ବନ୍ଧୁ ସେବା ସଂଗଠନ ପକ୍ଷରୁ ଆଜି ଶନିବାର ଦିନ ଅରିଲୋ ପଞ୍ଚାୟତ ଅରିଲୋ ଗ୍ରାମର ଅବିବାହିତ ଦିଵ୍ୟାଙ୍ଗ ସୁପ୍ରଭା ଭୋଇ ଓ କିଶନନଗର ପଞ୍ଚାୟତ ହୁଲିପୁର ଗ୍ରାମର ଅସହାୟ ଵୃଦ୍ଧ ଦମ୍ପତି ରାମଚନ୍ଦ୍ର ଭୋଇ ଓ ସଖୀ ଭୋଇଙ୍କୁ ସହାୟତା ପ୍ରଦାନ କରିଥିବା ଜଣାଯାଇଛି। ଏଥିରେ ସଂଗଠନ ର ସଭାପତି ଭୈରବ ଚନ୍ଦ୍ର ସେଠୀ, ସଂପାଦକ ସୁଧାକର ଦାସ,ସ୍ୱ।ମୀ ଅଦୈତା ନନ୍ଦ,ଭଵେଶ ମଣ୍ଡଳ ପ୍ରମୁଖ ସାମିଲ ହୋଇଥିଲେ।
ବିପଦର ବନ୍ଧୁ ସେବା ସଂଗଠନ ପକ୍ଷରୁ ସହାୟତା ପ୍ରଦାନ
