ବଦଳିଲେ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି

କଟକ ସଦର,୨୧/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅଧିକ୍ଷକ ଭିନିତ୍ ଅଗ୍ରୱାଲ ଇତିମଧ୍ୟରେ ୧୯ ଜଣ ଇନ୍ସପେକ୍ଟର ଙ୍କୁ ଵଦଳି କରିଛନ୍ତି। ଏହି ପରିପ୍ରେକ୍ଷୀରେ କିଶନନଗର ଥାନା ରେ ୧୯.୧୧.୨୦୨୪ ରେ ଯୋଗଦେଇ ଥିବା ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କୁ ରହଣୀର ମାତ୍ର ଏକବର୍ଷ ଏକମାସ ରେ ଵୈଦେଶ୍ୱର ଥାନା କୁ ବଦଳି କରାଯାଇଥିବା ଜଣାପଡିଛି।

ଏଠାକୁ ମାନେଶ୍ୱର ପ୍ରଧାନ ଙ୍କର ଥାନା ଅଧିକାରୀ ଭାବେ ବଦଳି ହୋଇଛି। ସୂଚନାଯୋଗ୍ୟ ଯେ କିଶନନଗର ଥାନା କୁ ଜ୍ୟୋତିରଞ୍ଜନ ମହାପାତ୍ର ଙ୍କର ଏଵଂ ମାନେଶ୍ୱର ପ୍ରଧାନ ଙ୍କର ନେମାଳ ଥାନାକୁ ଥାନା ଅଧିକାରୀ ଭାବେ ବଦଳି ହୋଇଥିବା ନିର୍ଦେଶନାମା ବାହାରିବାର କିଛି ସମୟ ପରେ ତାହା ପରିବର୍ତ୍ତନ କରାଯାଇ ଉଭୟଙ୍କୁ ଏକକ ନିର୍ଦ୍ଦେଶନାମାରେ ଅଦଳ ବଦଳ କରାଯାଇଛି। ତେବେ ଜଣେ ମହିଳା ଥାନା ଅଧିକାରିଣୀ ଭାବେ ଦୂର୍ଗେଶ ନନ୍ଦିନୀ ଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଥାନା ଅଞ୍ଚଳର ଜନସାଧାରଣ ବହୁଦିନ ଧରି ମନେ ରଖିବେ।

Leave a Reply

Your email address will not be published. Required fields are marked *