ଖୋର୍ଦ୍ଧା,୧୯/୦୧/୨୦୨୬ (ଓଡ଼ିଶା ସମାଚାର)- ବେଗୁନିଆ ଜାମୁସାହି ଦେଉଳିରେ ଗୁଳିକାଣ୍ଡ ଘଟିଛି । ଗୁଳି ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତ ଯୁବକଙ୍କ ନାମ ବାସୁଦେବ ପରିଡ଼ା ଓରଫ ଟୁଟୁ। ୨ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଫାୟାରିଂ କରି ଫେରାର୍ ହୋଇଯାଇଛନ୍ତି। ଘଟଣାସ୍ଥଳରେ ବୁଲେଟ ମୋଟର ସାଇକେଲ ଛାଡ଼ି ଯାଇଛନ୍ତି।
ଗୁଳି ମାଡରେ ଜାମୁସାହିର ବାସୁଦେବ ପରିଡ଼ା ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁଳିମାଡ଼ର କାରଣ ଅସ୍ପଷ୍ଟ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।
