ଘର ଉପରେ ବଜ୍ରପାତ – ଝିଅ ମୃତ,ବାପା,ମା ଗୁରୁତର

ବାଲିଗୁଡା ,୩୦/୦୫/୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଗୁରୁବାର ଅପରାହ୍ନରେ  ଘଡଘଡ଼ି ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହିବା ସହିତ ବଜ୍ରାଘାତରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଟିକାବାଲି ଥାନା ଅନ୍ତର୍ଗତ  ବପଲମେଣ୍ଡି (ବି) ବାହାଡ଼ା ସାହି ଗ୍ରାମପଞ୍ଚାୟତ ଅଧୀନସ୍ତ  ଗୁଡାରସାହିର ବିମ୍ବାଧର ବିଷୋୟୀଙ୍କର ଦ୍ୱିତୀୟ କନ୍ୟା ରୁପାଲୀ ବିଷୋୟୀ (୨୩) । ରୁପାଲୀଙ୍କ ପରିବାର ନିଜ ଘର ଗୁଡ଼ାରୀ ସାହିରୁ ଆସି ଟିକାବାଲି ଆଖଣ୍ଡଳମଣି ମନ୍ଦିର ପାଖରେ ଭଡ଼ାଘରେ ରହୁଥିଲେ । ଗୁରୁବାର ଅପରାହ୍ନରେ  ହଠାତ ଘର ଉପରେ ବଜ୍ରାପାତ ହୋଇଥିଲା ।  ସେଥିରେ ବିମ୍ବାଧର ବିଷୋୟୀ ମାଆ ଅତୁଳା ବିଷୋୟୀ ସାମାନ୍ୟ ଆଘାତ ହେଇଥିବା ବେଳେ ରୁପାଲୀ ଗୁରୁତର ହୋଇ ପଡ଼ିଥିଲେ । ସ୍ଥାନୀୟ ବାସିନ୍ଦା ସମସ୍ତଙ୍କୁ ଉଦ୍ଧାର କରି ଟିକାବାଲି ମେଡିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ ଟିକାବାଲି ଆଇ ଆଇ ସି କଲ୍ୟାଣୀ ମୟୀ ଷେଣ୍ଢ ଘଟଣା ସ୍ଥଳରେ ପହଞ୍ଚି କେଶ ନଂ.୪/୨୪ ରେ ଏକ ଅପମୃତ୍ୟୁ  ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *