ଦଶରଥପୁର,୧୭/୦୧/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ କମାରଡ଼ିହି ପଞ୍ଚାୟତସ୍ତ ସହିମାଢ଼ ଗ୍ରାମରେ ଆଜି ବାବା ବଟକେଶ୍ୱର ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତରୁ କଳସ ଯାତ୍ରା, ମହାସ୍ନାନ, ବେଲ ବରଣୀ ଆଦି କାର୍ଯ୍ୟ ସମାପନ ପରେ ରୀତିନୀତି ଅନୁଯାଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଗ୍ରାମର ବିଜୟ କୁମାର ନାୟକ ଓ ତାଙ୍କ ଧର୍ମପତ୍ନୀ ଲଷ୍ମୀପ୍ରିୟା ନାୟକ ସଂକଳ୍ପ କରିଥିବା ବେଳେ ଭାସ୍କର ପଣ୍ଡା, ସଙ୍ଗମ ଦାସ, ହରେକୃଷ୍ଣ ପଣ୍ଡା, ପ୍ରଶାନ୍ତ ପଣ୍ଡା ପ୍ରମୁଖ ପୂଜାର୍ଚନା କରୁଥିବା ଦେଖିବାକୁ ମିଳିଥିଲା । ମନ୍ଦିରଟିକୁ ଫୁଲରେ ସୁସଜ୍ଜିତ ଭାବେ ସଜାଯାଇଥିବା ବେଳେ ମନ୍ଦିର ଚତୁର୍ପାଶ୍ୱକୁ ବିଭିନ୍ନ ଆଲୋକ ମାଳାରେ ସଜାଯାଇଥିବା ଦେଖାଯାଇଛି । ମନ୍ଦିର ନିକଟରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିବା ବେଳେ ଭକ୍ତ ମାନେ ବାବା ବଟକେଶ୍ୱରଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରି ବାବାଙ୍କ ସାନିଧ୍ୟ ଲାଭ କରୁଥିବା ଦେଖିବାକୁ ମିଳିଥିଲା । ପ୍ରତିଷ୍ଠା ଉତ୍ସବରେ କମାରଡ଼ିହି ସରପଞ୍ଚ ଚିତ୍ତରଞ୍ଜନ ନାୟକ, ସମିତିସଭ୍ୟା ସଜନୀ ଯେନା, ଯୁବ ସମାଜସେବୀ ନିହାର ରଞ୍ଜନ ନାୟକ, ଉମାକାନ୍ତ ନାୟକ, ଶ୍ରୀଚରଣ ନାୟକ, ଗୁରୁଚରଣ ନାୟକ, ପାର୍ଥସାରଥୀ ନାୟକ, ରଘୁନାଥ ନାୟକ, ଅଜୟ ନାୟକ, ରମାକାନ୍ତ ନାୟକ, ଚନ୍ଦ୍ରଚୂଡ଼ ନାୟକ, ବିଟୁ ନାୟକ, ପ୍ରତାପ କୁମାର ନାୟକ, ଯୁବ ନେତା ଗଙ୍ଗାଧର ଯେନା ପ୍ରମୁଖ ଯୋଗ କରିଥିଲେ। ।
ସହିମାଢ଼ ଗ୍ରାମରେ ବାବା ବଟକେଶ୍ୱର ମନ୍ଦିରର ପ୍ରତିଷ୍ଠା ଉତ୍ସବ
