ବାରଙ୍ଗ,୧୮/୦୧/୨୦୨୬ (ଓଡ଼ିଶା ସମାଚାର)- ଦୁଇ ବିଲଡର ସଂସ୍ଥାଙ୍କ ମଧ୍ୟରେ ଚାଲିଥିବା ଜମିର ରାସ୍ତା ବିବାଦକୁ ନେଇ ମରଣାସ୍ତ୍ର ଦେଖାଇ ଗଣ୍ଡଗୋଳ କରିବା ଘଟଣାରେ ବାରଙ୍ଗ ପୁଲିସ ୧୦ଜଣ ଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ କଟକ ବିଡାନାସୀ ଗୋପାଳସାହିର ଲିଟୁ ବେହେରା (୩୬),ରାକେଶ ବେହେରା (୨୬),ଦିଲ୍ଲୀପ କୁମାର ସାସମଲ(୨୬), ଆୟୁଷ ମହାନ୍ତି (୨୨), ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିସୁଳିଆର ସୁର ସିଂ (୩୨) ଓ ସନ୍ତୋଷ ସାସମଲ(୪୦),ନିଆଳି ଥାନା ଅନ୍ତର୍ଗଦ କସର୍ଦା ଗ୍ରାମର ପୁପୁନ ବେହେରା (୨୨), ସଦର ଥାନା ଅନ୍ତର୍ଗତ ଫୁଲନଖରାର ସତ୍ୟାବନ ସାମଲ (୨୨) ଓ ଖୋର୍ଦ୍ଧା ଟମାଣ୍ଡୋ ଥାନା ପାତ୍ରପଡାର ସିଦ୍ଧାନ୍ତ ଓମପ୍ରକାଶ(୨୨)।ପୁଲିସ ସୂଚନା ଅନୁଯାୟୀ ତ୍ରିଲୋଚନ ପ୍ରଧାନ (୩୯)ନାମକ ଜଣେ ବ୍ୟକ୍ତି ବାରଙ୍ଗ କୁହ୍ନେଇପଡ଼ା ମୌଜାରେ ଥିବା ଏକ ପ୍ଲଟକୁ ଡ଼େଭଲପ କରାଇବା ପାଇଁ କୁସିନ୍ଦା ଗ୍ରାମର ଛବିନ୍ଦୁ ମୁଦୁଲୀ ଓ ଦିବାକର ମୁଦୁଲିଙ୍କ ସହ ଏଗ୍ରୀମେଣ୍ଟ କରିଥିଲେ ।
୨୦୨୫ ଡିସେମ୍ବର ୫ତାରିଖ ସନ୍ଧ୍ୟାରେ ତ୍ରିଲୋଚନ ପ୍ରଧାନ ତ୍ରିଶୂଳିଆ ଛକରେ ଥିବା ଏକ ହୋଟେଲରେ ଥିବାବେଳେ ଜଣେ ଲୋକ ପହଞ୍ଚିଲା । ସେ ତାର ପରିଚୟ ଦେଇ କହିଲା ଯେ ସେ ଲିଟୁଆ ବେହେରା ଓ ତାର ଘର ବିଡାନାସୀ । ସେ ଧଳ ସାମନ୍ତର ଘନିଷ୍ଠ ସହଯୋଗୀ ବୋଲି କହିଥିଲା।ଏବଂ ପ୍ରୋଜେକ୍ଟ ଜାଗାକୁ ଆଶିଷ କୁମାର ମହାନ୍ତିକୁ ଛାଡି ଦିଅ ନ ହେଲେ ତୁମର ମୁଣ୍ଡ ସେହି ଜାଗାରେ ଗଡିବ ।ହେଲେ ଲିଟୁଆ ପୁନଶ୍ଚ ଲିଟୁଆ ବେହେରା ସୁର ସିଂହ ଓ ସନ୍ତୋଷ ସାମଲ ଆଦି ଅଭିଯୁକ୍ତ ମାନେ ହଠାତ ଆସି ପହଞ୍ଚି ଗାଳିଗୁଲଜ କରିବା ସହ ତ୍ରିଲୋଚନ ପ୍ରଧାନଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଆଣିଥିବା ଗୋଟିଏ ଜେସିବି ମେସିନ ଯାହାର ନମ୍ବର (ଓଡି-୩୩-ଏଜେ ୬୪୬୯)ପୁରାଇ ଭଙ୍ଗାରୁଜା ଆରମ୍ଭ କରିଥିଲେ ।
ଏନେଇ ତ୍ରିଲୋଚନ ବାରଙ୍ଗ ଥାନା ପୁଲିସକୁ ଗୁଣ୍ଡା ଦଳ ଧମକ ଚମକ ଦେବାର ସିସି ଟିଭି ଦୃଶ୍ୟ ଦେଖାଇ ଅବଗତ କରାଇବା ସହିତ ସୁରକ୍ଷା ପାଇଁ ସହଯୋଗ ଲୋଡି ଥିଲେ। ସୂଚନା ପାଇ ବାରଙ୍ଗ ଥାନା ପୁଲିସ୍ ଆଇ.ଆଇ.ସି ଦେବେନ୍ଦ୍ର କୁମାର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୁଲିସ ଆସିବା ଦେଖି ଗୁଣ୍ଡା ଦଳ ଚମ୍ପଟ ମାରିବାକୁ ଉଦ୍ୟମ କରିବା ବେଳେ ଘଟଣାରେ ସଂପୃକ୍ତ ଥିବା ୧୦ଜଣ ଙ୍କୁ ପୁଲିସ ଥାନାକୁ ଉଠାଇ ଆଣିଥିଲା। କଟକରେ ହଇଚଇ ସୃଷ୍ଟି କରିଥିବା ଏକ ଗ୍ୟାଙ୍କର ଲିଟୁଆ ବେହେରା ଜଣେ ପେଷାଦାର ଅପରାଧୀ, ତାର ନାମରେ ଅନେକ ଅପରାଧିକ ମାମଲା ଅଛି । ବର୍ତ୍ତମାନ ସେ କିଛି ଅପରାଧୀଙ୍କୁ ନେଇ ଗୋଟିଏ ଅପରାଧିକ ସଂଗଠନ ଚଲାଉଛି । କଟକ ଓ ତାର ଆଖ ପାଖ ଅଞ୍ଚଳର ନିରୀହ ଲୋକମାନଙ୍କୁ ଭୟଭୀତ କରାଇ ସେମାନଙ୍କ ଜାଗାକୁ ଅତି ଅଳ୍ପ ମୂଲ୍ୟ ବା ବିନା ମୂଲ୍ୟରେ ହଡପ କରି ନେବା ପାଇଁ ଉଦ୍ୟମ ଚଳାଉଛି ।ଅନ୍ୟପଟେ ଘଟଣାସ୍ଥଳରେ ଗୁଣ୍ଡାଦଳ ପୁଲିସକୁ ଦେଖି ପାଖରେ ରଖିଥିବା ବନ୍ଧୁକରୁ ଫାଙ୍କା ଗୁଳି ଚାଳନା କରି ଚ଼ମ୍ପଟ ମାରିବାକୁ ଉଦ୍ୟମ କରିଥିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବାରଙ୍ଗ ପୁଲିସ ୧୦ଜଣ ଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।
