ସାଲେପୁର ,୦୧/୬/୨୦୨୪ (ଓଡିଶା ସମାଚାର /ଅଭୟ ଜେନା) -ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ବେଳେ ସାଲେପୁର ର କେତେକ ବୁଥରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।ରାଜନୈତିକ ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମରଣାନ୍ତକ ଆକ୍ରମଣ ଯୋଗୁଁ ଆହତଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଛି ।
ପ୍ରାପ୍ତ ବିବରଣୀ ରୁ ଯେପ୍ରକାଶ,ସାଲେପୁର ମାଳଶାସନ ପଞ୍ଚାୟତ ର ୧୮୪ ଓ ୧୮୫ ବୁଥରେ ନିର୍ବାଚନୀ ହିଂସାଯୋଗୁ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ବିଜେଡି କର୍ମୀମାନେ ବିଜେପି ଏଜେଣ୍ଟ ଓ କର୍ମୀଙ୍କୁ ଠେଙ୍ଗା ରେ ପିଟିବା ସହ ପନିକିରେ ହାଣିଥିବା ଅଭିଯୋଗ ହୋଇଛି । ସେହିପରି ଲୁଣାହାର 228 ଓ 229 ବୁଥ ରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପାଟିତୁଣ୍ଡ ହୋଇଛି ।ବାଲିସାହି ପଞ୍ଚାୟତ ର ରାଘବପୁର ବୁଥ ରେ ଦୁଇ ରାଜନୈତିକ ଦଳ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଛି । ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ ଙ୍କ ଅଭିଯୋଗ କ୍ରମେ ପୋଲିସ ପହଁଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି ।