ବିଜେପି ଦଳର ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ମନୋଜ ସାହୁ

ଲକ୍ଷ୍ମୀପୁର,୧୩/୧୨/୨୦୨୩ ୩(ଓଡ଼ିଶାସମାଚାର/ପ୍ରମୋଦ ଜେନା)- ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ବିଜେପି ଦଳର ଯୁବ ନେତା ମନୋଜ ସାହୁଙ୍କୁ କୋରାପୁଟ ଜିଲ୍ଲା ଯୁବ ମୋର୍ଚ୍ଚା ସାଧରଣ ସମ୍ପାଦକ ଭାବେ ଦଳ ତରଫରୁ ମୋନନୀତ କରାଯାଇଛି।ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଓ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଶ୍ଵ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ତାଙ୍କୁ ଚୟନ କରାଯାଇ ଥିବା ସିଏ ପ୍ରକାଶ କରିଛନ୍ତି।ନିଜର କାମ କରିବା ତରିକାକୁ ନେଇ ଅଳ୍ପ ଦିନ ମଧ୍ୟରେ ସିଏ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଥିବା ବେଳେ ତାଙ୍କୁ ଏହି ପଦ ପାଇଁ ଉପଯୁକ୍ତ ପ୍ରାଥି ଭାବେ ଚୟନ କରାଯାଇଥିବାରୁ ସିଏ ଖୁସି ବ୍ୟକ୍ତ କରିବା ସହ ଦଳର ସମସ୍ତିଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।ଶ୍ରୀ ଯୁକ୍ତ ସାହୁ ଏଥି ପୂର୍ବରୁ ବିଜେପି ଦଳର ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ଭାବେ ଦାୟତ୍ୱରେ ଥିଲେ।ସିଏ ନିର୍ବାଚନ ମଣ୍ଡଳୀ ଯୁବ ନେତା ଭାବେ ଅନେକ ପିରିଚୟ ସୃଷ୍ଟି କରିଛନ୍ତି ଏବଂ ସେ ଅନେକ ଲୋକଙ୍କ ସମସ୍ୟା ଉପରେ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମାଧାନ କରିଥିବା ନଜିର ରହିଛି।ପ୍ରକାଶ ଥାଉକି କିଛି ଦିନ ତଳେ ସ୍ଥାନୀୟ ବ୍ଲକରେ ଅନୁଷ୍ଠିତ ଜିଲ୍ଲା ପାଳଙ୍କ ଜନ ଶୁଣାଣି କାର୍ୟ୍ୟକ୍ରମରେ ଅଞ୍ଚଳର କିଛି ସମସ୍ୟା ବିଷୟରେ ଅଭିଯୋଗ କରିବାକୁ ଯାଇ ଲୋକଙ୍କ ସମସ୍ୟା ବିଷୟରେ ଅଭିଯୋଗ ହେଉଥିଲେ ମଧ୍ୟ ସେଥି ପ୍ରତି କଣ ପାଇଁ ଦୃଷ୍ଟି ଦିଆଯଉନି ବୋଲି ଜିଲ୍ଲାପାଳଙ୍କ ସହ ଯୁକ୍ତି ବାଢ଼ି ଅଭିଯୋଗ ପତ୍ର ସର୍ବ ସମ୍ମୁଖରେ ଚିରି ଦେଇ ଚାଲି ଆସିଥିଲେ।ଉକ୍ତ ଘଟଣାକୁ ନେଇ ସିଏ କିଛି ଦିନ ଧରି ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିଲେ।ବର୍ତ୍ତମାନ ସିଏ ଲକ୍ଷ୍ମୀପୁର ବଣିକ ସଂଘର ସଭାପତି ଭାବେ ଦାୟିତ୍ଵ ତୁଲାଇ ନିଜର କାମକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି।

Leave a Reply

Your email address will not be published. Required fields are marked *