ପେହେଲଗାଓ ମୃତ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଓଡ଼ଗାଁ,୨୭ /୦୪/୨୦୨୫ (ଓଡ଼ିଶା ସମାଚାର)-  କାଶ୍ମୀରର ପହଲଗାମ ରେ ଆତଙ୍କୀ ହମଲାକୁ ନେଇ ଏବେ ସାରାଦେଶ ପ୍ରତିଶୋଧ ପରାୟଣ ହୋଇ ଉଠିଛି।ଆତଙ୍କୀର ଦେଶ ପାକିସ୍ତାନକୁ କଡ଼ା ଜବାବ୍ ଦେବାକୁ ପୁରପଲ୍ଲୀ ଠାରୁ ଆରମ୍ଭକରି ଦିଲ୍ଲୀ ପର୍ଯ୍ୟନ୍ତ ଦାବି ଜୋର୍ ଧରୁଛି।ଏହା ମଧ୍ୟରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଆତ୍ମାର ସଦ୍‌ଗତି କାମନାକରି ରବିବାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ମଧୁବୈଶ୍ୟ ସମାଜ ଓ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ନିରବ ପ୍ରାର୍ଥନା ସହ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରାଯାଇଛି।

ସ୍ଥାନୀୟ ସରପଞ୍ଚ ବିଜନ ପାଇକରାୟ,ସମାଜର ସଭାପତି ଗଣେଶ୍ୱର ସାହୁ ଓ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ରାମେଶ୍ବର ପଣ୍ଡାଙ୍କ ତତ୍ବାବଧାନରେ ସମସ୍ତେ ଏକତ୍ରିତ ହୋଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ସମୂହ ଦ୍ଵୀପଦାନ ପୂର୍ବକ ଆତଙ୍କୀ ଦେଶ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କାର୍ଯ୍ୟକ୍ରମରେ ମଧୁବୈଶ୍ୟ ସମ୍ପାଦକ ବ୍ରଜବନ୍ଧୁ ସାହୁ,ରାମକୃଷ୍ଣ ଦାସ,ନବୀନ ସାହୁ ଏଵଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଂପାଦକ ମନୋଜ କୁମାର ନାୟକ,ପରିବେଶବିତ୍ ସୁକାନ୍ତ ଚୌଧୁରୀଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *