୨୯ରେ ପ୍ରକାଶ ପାଇବ ଓଡ଼ିଶାରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ନେଇ ବିଜ୍ଞପ୍ତି

ଭୁବନେଶ୍ୱର, ୨୮/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟରେ ବିଧିବଦ୍ଧ ଭାବରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ (ସାମଗ୍ରିକ ଭାବରେ ଦେଶରେ ଷଷ୍ଠ ପର୍ୟ୍ୟାୟ ନିର୍ବାଚନ) ପାଇଁ ବିଜ୍ଞପ୍ତି ଅପ୍ରେଲ ୨୯ ତାରିଖରେ ପ୍ରକାଶ ପାଇବ । ଏହି ଅବସରରେ ସଂସଦୀୟ କ୍ଷେତ୍ର ନାମ, ଜିଲ୍ଲା, ମହିଳା, ପୁରୁଷ ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା, ଜେଣ୍ଡର ରେସିଓ, ଯୁବ ଭୋଟର ସଂଖ୍ୟା, ପୋଲିଂ ବୁଥ୍ ସଂଖ୍ୟା ଓ ସି-ଭିଜିଲ୍ ସମ୍ବନ୍ଧୀୟ ସୂଚନା ଜଣାଇ ଦିଆଯାଉଛି ।
ରାଜ୍ୟରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୨୦୨୪ ମଇ ୬ ତାରିଖ (ସୋମବାର) ଧାର୍ୟ୍ୟ କରାଯାଇଥିବାବେଳେ ୨୦୨୪ ମଇ ୭ ତାରିଖ (ମଙ୍ଗଳବାର) ଦିନ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ୨୦୨୪ ମଇ ୯ ତାରିଖ (ଗୁରୁବାର) ଦିନକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ୟ୍ୟ କରାଯିବ । ରାଜ୍ୟରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ୨୦୨୪ ମଇ ୨୫ ତାରିଖ (ଶନିବାର) ଦିନ ଅନୁଷ୍ଠିତ ହେବ ଏବଂ ୨୦୨୪ ଜୁନ୍ ୪ ତାରିଖ (ମଙ୍ଗଳବାର) ଦିନ ନିର୍ବାଚନ ଫଳ ଘୋଷଣା କରାଯିବ ।

Leave a Reply

Your email address will not be published. Required fields are marked *