ନୀଳକଣ୍ଠେଶ୍ୱର ମନ୍ଦିର ପ୍ରତିଷ୍ଠା

ଭୁବନେଶ୍ୱର,୧୬/୦୨/୨୦୨୬ (ଓଡ଼ିଶା ସମାଚାର)-ଭୁବନେଶ୍ୱର ଶିଶୁପାଳଗଡ଼ସ୍ଥିତ ପଦ୍ମନଗରରେ ପ୍ରଭୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱରଙ୍କ ଏକ ଭବ୍ୟ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତିନିଦିନବ୍ୟାପୀ ଏକ ଯଜ୍ଞ ଅନୁଷ୍ଠିତ ହେବା ସହ ମନ୍ଦିର ଟ୍ରଷ୍ଟର ସଭାପତି ସରୋଜ କୁମାର ପରିଡ଼ାଙ୍କ ମାର୍ଗଦଶନରେ ପ୍ରତିଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସରୋଜ ସାହୁ, କେଦାର ନାଥ ଷଡ଼ଙ୍ଗୀ, ଅଜୟ ସେଠି, ନବକିଶୋର ସାହୁ, ନୃସିଂହ ତରାଇ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସହଯୋଗ କରିଥିଲେ । ରାତି ୧୦ ଘଟିକା ସମୟରେ ନୀଳକଣ୍ଠେଶ୍ୱରଙ୍କ ମହାଦୀପ ଉଠିଥିଲା । ଆଖପାଖର ଶହସ୍ରାଧିକ ଭକ୍ତ ସେମାନଙ୍କ ଶ୍ରଦ୍ଧା ସୁମନ ଅର୍ପଣ କରି ଦୀପଦାନ କରିଥିଲେ । ପ୍ରସାଦ ସେବନ ବ୍ୟବସ୍ଥାକୁ ଜୟନ୍ତ ଗିରି, ବଳରାମ ଓଝା, ରାଜୀବ ମହାରଣା, ମିତାରାଣୀ ପରିଡ଼ା ଓ ସଞ୍ଜୟ ବେହେରା ପ୍ରମୁଖ ପରିଙ୍ଖଳଳନା କରିଥିଲେ ।

Leave a Reply

Your email address will not be published. Required fields are marked *