ଜିଲା ମହୋତ୍ସବରେ ବାଗଦେବୀ କଳାମନ୍ଦିରର ସାଂସ୍କୃତିକ ସନ୍ଧ୍ୟା

କେନ୍ଦ୍ରାପଡ଼ା,୧୭/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ବାଗଦେବୀ କଳାମନ୍ଦିର ର ଶିଳ୍ପୀମାନଙ୍କ ଦ୍ୱାରା କେନ୍ଦ୍ରାପଡା ମହାବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଉଦଯାପନୀ ଉତ୍ସବରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଯାଇଛି ।

ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ସଂଯୋଜନା ଏବଂ ବାଲିଆ ନୋଡାଲ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ପଙ୍କଜ କୁମାର ଦାସଙ୍କ ପରିଚାଳନାରେ ଅନୁଷ୍ଠାନର ଶିଳ୍ପୀ ତୃପ୍ତୀ କନିଷ୍କା ଦାସ, ଆରାଧ୍ୟାନାଥ ଶର୍ମା, କୁମ କୁମ ନାଥଶର୍ମା, ସୁମିତା କର, ଜଶୋସ୍ୱିନୀ ମହାନ୍ତି, ସାଇଲିପ୍ସା ରାଉତ, ରୋଜାଲିନ ମହାନ୍ତି, ମାମାଶ୍ରୀ ମହାନ୍ତି, ଅନୁରାଧା ରାଉତ ପ୍ରମୁଖ ଓଡିଶାର ପାରମ୍ପରିକ ଭକ୍ତସାଲବେଗଙ୍କ ରଚିତ ଆହେନୀଳ ଶଇଳ ଦଳଗତ ଓଡିଶୀ ନୃତ୍ୟ ଏବଂ ଲୋକକଳା ଉପରେ ଆଧାରିତ ନୃତ୍ୟ ଗୁଡିକ ପରିବେଷଣ କରି ମଂଚରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ।

କେନ୍ଦ୍ରାପଡାର ସୁନାମଧନ୍ୟ ଭାଇରାଲ ସିଙ୍ଗର ସୁବାସ କୁମାରଙ୍କ କଣ୍ଠରେ ଦେଶାତ୍ମବୋଧକ ‘ସନ୍ଦେଶେ ଆତେହେଁ’ ଗୀତଟି ମଂଚରେ ମୁଖ୍ୟ ଆକର୍ଷଣ ଥିଲା । ଜିଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ ଏବଂ ସଂଯୋଜକ ରାଜକିଶୋର ରାଉତ ମଂଚ ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ନୃତ୍ୟଗୁରୁ ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ସଂଗୀତା ଦାସ ଓ ଅନୁଷ୍ଠାନର ଶିଳ୍ପୀମାନଙ୍କୁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *