ଯାଜପୁର, ୧୭/୦୧/୨୦୨୬ (ଓଡ଼ିଶା ସମାଚାର)-ବିଞ୍ଝାରପୁରୀ ଗୋ ପ୍ରଜାତି ପ୍ରୋତ୍ସାହକ ଓ ଉତ୍ପାଦକ ସମିତି ଯାଜପୁର ର ଏହି ପ୍ରଜାତି ର ସଂରକ୍ଷଣ ଓ ଉନ୍ନତି ପାଇଁ ବଳିଷ୍ଠ ଅବଦାନ ନିମନ୍ତେ ” ଜାତୀୟ ପ୍ରଜାତି ସଂରକ୍ଷଣ ପୁରସ୍କାର ୨୦୨୫ ରେ ପ୍ରଥମ ପୁରସ୍କାର ଗ୍ରହଣ କରିଛନ୍ତି।
ଜାତୀୟ କୃଷି ବିଜ୍ଞାନ ସଂସ୍ଥାନ ନୂଆଦିଲ୍ଲୀ ଠାରେ ଗତ ତା ୧୪.୦୧.୨୬ ରିଖ ରେ ଏକ ସ୍ଵତନ୍ତ୍ର ଉତ୍ସବ ରେ ମାନ୍ୟବର କେନ୍ଦ୍ରୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂ ଚୌହାନ ଙ୍କ ଠାରୁ ସମିତି ର ସମ୍ପାଦକ ଶ୍ରୀଯୁକ୍ତ ସୁକାନ୍ତ କୁମାର ବିଶ୍ଵାଳ ଓ ସମିତି ର ବୈଷୟିକ ପରାମର୍ଶଦାତା ତଥା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ରସୁଲପୁର ଡାଃ ଜ୍ୟୋତି ରଞ୍ଜନ ମହାନ୍ତି ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଏହି ପୁରସ୍କାର ପାଇଁ ସମିତି ର ସମ୍ପାଦକ ଶ୍ରୀଯୁକ୍ତ ବିଶ୍ଵାଳ, ରାଜ୍ୟ ପ୍ରାଣୀ ସମ୍ପଦ ବିକାଶ ସମିତି ଭୁବନେଶ୍ଵର ର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଡାଃ ସଂଜୀବ କୁମାର ପଟେଲ, ଉପନିର୍ଦ୍ଦେଶକ ଡାଃ ସୌମେନ୍ଦ୍ର ଧଳ, ଜିଲ୍ଲା ପ୍ରଶାସନ ଯାଜପୁର , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଯାଜପୁର ଡାଃ ସୁବ୍ରତ ମହାପାତ୍ର , ଏହି ପ୍ରଜାତି ର ସଂରକ୍ଷଣ ପାଇଁ ଜିଲ୍ଳା କାର୍ୟ୍ୟ କରିଥିବା ସମସ୍ତ କର୍ମକର୍ତ୍ତା ଓ ଗୋ ପାଳକ ମାନଙ୍କୁ ଶ୍ରେୟ ଦେଇଛନ୍ତି।
