ସହୀଦ ବୀର ବିକ୍ରମ ସାହୁଙ୍କ ୩୫ ତମ ଜନ୍ମ ଜୟନ୍ତୀ ପାଳିତ

ମାହାଙ୍ଗା ୧୬/୦୧/୨୦୨୬ (ଓଡିଶାସମାଚାର /ଅଭୟ ଜେନା) -ଦେଶପାଇଁ ଜୀବନକୁ ବଳିଦାନ ଦେଇଥିବା ବୀର ଯବାନ ବିକ୍ରମ ସାହୁଙ୍କ ଭଳି ନିର୍ଭିକ ସୈନିକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ସମାଜ ସଂକଳ୍ପ ନେବାକୁ ବିଶିଷ୍ଟ ବ୍ୟକ୍ତିମାନେ ଆହ୍ୱାନ ଦେଇଥିଲେ । “ସହୀଦ ବୀର ବିକ୍ରମ ସ୍ମୃତି କମିଟି” ସିପୁରା,ଆନୁକୂଲ୍ୟରେ ସହୀଦ ବିକ୍ରମ ସାହୁଙ୍କ ଜୟନ୍ତୀ ଉତ୍ସବ ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ମୂଳବସନ୍ତ ପଞ୍ଚାୟତ ସିପୁରା ଗ୍ରାମର ଏହି ବୀର ଯବାନ ମାହାଙ୍ଗା ବ୍ଲକର ପ୍ରଥମ ସହୀଦ ହୋଇଥିବା ବେଳେ, ଦନ୍ତୱାଡା ଠାରେ ନକ୍ସଲ ଆକ୍ରମଣ ସମୟରେ ପ୍ରାଣ ହରାଇଥିବା ଯବାନ ବିକ୍ରମ ସାହୁଙ୍କ ପାର୍ଥିବ ଶରୀରକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର ପରେ ସରକାରୀ ଭାବେ କୌଣସି କାର୍ୟ୍ୟକ୍ରମ କରାଯଇନାହିଁ । ଏହି ଅମର ଯବାନଙ୍କ ପ୍ରତି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି କାର୍ୟ୍ୟକ୍ରମ ହାତକୁ ନିଆନଯିବା ଦୁର୍ଭାଗ୍ୟ ଜନକ ବୋଲି ଜୟନ୍ତୀ ସଭାରେ ଯୋଗଦେଇଥିବା ଅତିଥି ମାନେ ମତ ପୋଷଣ କରିଥିଲେ ।


ଏହି ଜୟନ୍ତୀ ସଭାରେ କବି ପ୍ରଶାନ୍ତ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ, ସହୀଦ ବୀର ବିକ୍ରମଙ୍କ ଦେଶଭକ୍ତି ଓ ତ୍ୟାଗର ପଟ୍ଟାନ୍ତର ନାହିଁବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ କହିଲେ,ମା’ ମାଟି ଓ ମାତୃଭୂମିର ଜୟଗାନରେ ଶତମୁଖର ଏହି ବୀର ଯବାନ ବିକ୍ରମ ସାହୁଙ୍କ ପାଇଁ ଆମେ ଗର୍ବିତ ।
ସମ୍ମାନିତ ଅତିଥିଭାବେ ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା,ପୂର୍ବତନ ନାୟବ ସରପଞ୍ଚ ବଟକୃଷ୍ଣ ଦାଶ,ନିହାରକାନ୍ତି ହରିଚନ୍ଦନ, ଯୁବ ସଂଗଠକ ସାମ୍ବାଦିକ ଅଶୋକ ଦାଶ,କଣ୍ଠଶିଳ୍ପୀ ଜଗଦାନନ୍ଦ ରାଉତରାୟଏବଂ ରଂଜିତ ଦାସ ପ୍ରମୁଖ ଯୋଗଦେଇଥିଲେ ।

ବୀର ବିକ୍ରମ ସ୍ମୃତି କମିଟିର ସଭାପତି ପ୍ରଦୀପ୍ତ ରାଉତରାୟ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ । ଏହି କାର୍ୟ୍ୟକ୍ରମକୁ ବାବାଜୀ ଚରଣ ସାହୁ, ସଂଗ୍ରାମ ସାହୁ,ଅକ୍ଷୟ ସାହୁ, ବିଶ୍ୱଜିତ ସାହୁ,ରଞ୍ଜନ ମହାନ୍ତି,ଜୟଶ୍ରୀ ସାହୁ, ଗିରିଜା ନନ୍ଦନ ରାଉତରାୟ,ଆଲୋକ ଜେନା ପ୍ରମୁଖ ପରିଚାଳନା କରିଥିଲେ ।
ସୁନୁପେଇ ବିଦ୍ୟାପୀଠ ସିପୁରାର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାର୍ଥୀ ଏବଂ ମୂଳବସନ୍ତ ଗ୍ରାମ ପଞ୍ଚାୟତର ବହୁ ବୁଦ୍ଧିଜୀବୀ ତଥା ସାଧାରଣ ଜନତା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *