ଆଜାଦ୍ କ୍ଲବ ପକ୍ଷରୁ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ

ଫୁଲବାଣୀର ଜେଡି କ୍ଲବ କଟକର ଟାର୍ଜନ କ୍ଲବକୁ ୧-୦ଗୋଲରେ ହରାଇ ଚମ୍ପିୟନ
କେନ୍ଦ୍ରାପଡ଼ା, ୨୪/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଅନୁଷ୍ଠିତ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ୍ ଅନୁଷ୍ଠିିତ ହୋଇଯାଇଛି । ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲା ପରିଷଦ ସଭାପତି ଲିଲିତା ଦାସ, ସମାଜସେବୀ ରଞ୍ଜିତ ସାହୁ, କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ବରିଷ୍ଠ ଉପଦେଷ୍ଟା ସୟଦ ଅବଦୁଲ ସତାର,କ୍ଲବର ଉପସଭାପତି ମୀର ବକ୍କାଉଲ୍ଲା ଓ ସମ୍ପାଦକ ସେକ ଲିୟାକତ ଅଲ୍ଲୀ ପ୍ରମୁଖ ଯୋଗଦେଇଥିଲେ ।

ଫାଇନାଲ ମ୍ୟାଚରେ ଫୁଲବାଣୀର ଜେଡି କ୍ଲବ କଟକର ଟାର୍ଜନ କ୍ଲବକୁ ୧-୦ ଗୋଲରେ ହରାଇ ଚମ୍ପିୟନ ହୋଇଥିଲା । ଅତିଥିମାନେ ବିଜୟୀ ଦଳ ଫୁଲବାଣୀର ଜେଡି କ୍ଲବକୁ ୫୧ହଜାର ଟଙ୍କା ସହ ଚମ୍ପିୟନସ ଟ୍ରଫି ଓ ରନର୍ସଅପ ଦଳ କଟକର ଟାର୍ଜନ କ୍ଲବକୁ ୩୧ହଜାର ଟଙ୍କା ସହ ରନର୍ସ ଅପ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ଏଥିସହିତ ମ୍ୟାନ ଅଫ ଦି ମ୍ୟାଚ, ମ୍ୟାନ ଅଫ ଦି ସିରିଜ, ଟୁର୍ଣ୍ଣାମେଣ୍ଟର ଶୃଙ୍ଖଳିତ ଦଳ, ଟୁର୍ଣ୍ଣାମେଣ୍ଟକୁ ସୁପରିଚାଳନା କରିଥିବା ରେଫରୀ ଓ କ୍ଲବର ସଦସ୍ୟମାନଙ୍କୁ ମଧ୍ୟ ଅତିଥିମାନେ ପୁରସ୍କାର ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ ।

ଏହି ମ୍ୟାଚକୁ ସୁହାନୀ ରାଜପୁତ୍, ପରମିତା ଘୋଷ, ସୋମା ମୁର୍ମୁ ଓ ଦେବଜାନୀ ମଣ୍ଡଳ ପ୍ରମୁଖ ରେଫରୀ ଭାବରେ ପରିଚାଳନା କରିଥିଲେ । ସହସମ୍ପାଦକ ସେକ ସଇଫୁଲ୍ଲା ଓ ସେକ ସିରହାନ ଅଲ୍ଲୀ, ଉପଦେଷ୍ଟା ଟିକା ଖାନ୍, ମୀର ଖୁବେର, ଜାହିଦ୍ ଖାନ୍, ଜୁମା ଖାନ୍, ମୀର ୟାସିର, ଅବଦୁଲ ମଲ୍ଲିକ, ମହମ୍ମଦ ଜାକିର, ସେକ ଅକ୍ତର, କଲିମ ଖାନ୍, ନୁରୁଲ ହକ୍, ମୀର ଫାରୁକ୍, ବସ ଖାନ୍, ସୟଦ ଅହେସାନ ଅଲ୍ଲୀ, ଅବଦୁଲ ମଜିଦ, ସେକ କମିଲ, ପ୍ରଦୀପ କୁମାର ବେହେରା, ସେକ ୱାସିମ, ସେକ କମିଲ, ସାଜେଦୁର ରହେମାନ, ଖାଜା ରମଜାନୀ, ଅସିଫ ଖାନ୍, ସେକ ପରୱେଜ ଅକ୍ତର, ସେକ ଅମୀର ଅହମ୍ମଦ, ଫୁରକାନ ଖାନ, ମହମ୍ମଦ ଅମୀର, ନଫିସ ଅହେମ୍ମଦ, ନୁର ଖାନ୍, ଅଝାରୁଦ୍ଧିନ ଖାଁ, ସେକ ନସିରୁଦ୍ଧିନ୍, ରହେମତ ଖାନ୍, ଲାଲାବାବୁ, ସେକ ଫରହାନ୍, ମୁନା ଖାନ୍, ବାବା ଖାନ୍, ଅସିଫ୍ ଖାନ୍, ଅହେମ୍ମଦ ଖାନ୍, ରାଜୁ ଖାନ, ଅଦିବ ଖାନ, ଉସମାନ ଖାନ, ସଫିଉର ରହେମାନ, ସାହାବାଜ୍, ସେକ ଗୁଡୁ, ରାକେଶ ମହାପାତ୍ର, ଆୱାସ, ୱାସିମ୍, ମେହେବୁବ୍ ଅଲ୍ଲୀ, ଫାୟାଜ୍, ଅଲି ଖାନ, ଜସ୍ମିନ୍, ତାଜ ମହମ୍ମଦ, ଇସମାଇଲ, ରିଙ୍କୁ, କରନ, ମୋଜୋ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *