ଡ଼. ଏ. ପି. ଜେ. ଅବଦୁଲ କଲାମ ଜନକାଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ଆନୁକୁଲ୍ୟରେ ଅସହାୟଙ୍କୁ ମାଗଣା ଶୀତ ବସ୍ତ୍ର ବଣ୍ଟନ

ଖଲ୍ଲିକୋଟ, ୧୫/୦୧/୨୦୨୬(ଓଡ଼ିଶା ସମାଚାର)- ଶୀତ ଋତୁର ତୀବ୍ର ଶୀତରେ ଅସହାୟ, ଦରିଦ୍ର ଓ ଗରିବ ଶ୍ରେଣୀର ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କୁ ସହାୟତାର ହାତ ବଢ଼ାଇବା ଉଦ୍ଦେଶ୍ୟରେ ସମାଜ ପତ୍ରିକା ଓ ଦ ଡିଭାଇନ ଚାରିଟେବୁଲ ଟ୍ରଷ୍ଟ, ଅଗସ୍ତି ନୂଆଗାଁ, ଛତ୍ରପୁରର ସହଯୋଗରେ ଏବଂ ଡ଼. ଏ. ପି. ଜେ. ଅବଦୁଲ କଲାମ ଜନକାଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ, ଖଲ୍ଲିକୋଟର ଆନୁକୁଲ୍ୟରେ ଏକ ମାଗଣା ଶୀତ ବସ୍ତ୍ର ବଣ୍ଟନ କାର୍ୟ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଯାଇଛି।

ଏହି କାର୍ୟ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଶୀତ ପ୍ରଭାବିତ ଅଞ୍ଚଳର ଅସହାୟ ଲୋକମାନଙ୍କୁ ତତ୍କାଳ ସହାୟତା ପ୍ରଦାନ କରି ସେମାନଙ୍କ ଦୁଃଖ–କଷ୍ଟ କମାଇବା। କାର୍ୟ୍ୟକ୍ରମର ନେତୃତ୍ୱ ନେଇଥିଲେ ଟ୍ରଷ୍ଟର ଅଧ୍ୟକ୍ଷ ତଥା ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ଯିଏ ନିଜ ଉଦବୋଧନରେ କହିଥିଲେ ଯେ ସମାଜର ପ୍ରତ୍ୟେକ ସଚେତନ ନାଗରିକଙ୍କର କର୍ତ୍ତବ୍ୟ ହେଉଛି ଅସହାୟ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଖରେ ସହାୟତାର ହାତ ବଢ଼ାଇବା।


ଏହି ଅବସରରେ ପଞ୍ଚାନନ ସୁର (ସଂପାଦକ), ଇଂ. ପ୍ରଭାତ କୁମାର ଷଡଙ୍ଗୀ, ଅଧ୍ୟାପକ ନବୀନ କୁମାର ପ୍ରମାଣିକ, ମହାଦେବ ମଲ୍ଲିକ, ପ୍ରଭାକର ସେଠୀ, ଶକୁନ୍ତଳା ବେହେରା (ପୂର୍ବତନ କାଉନସିଲର), ସରୋଜ ବାଳା ପଟ୍ଟନାୟକ (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ), ପ୍ରଭାତୀ କୁମାରୀ ଦାଶ (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ), ବିଦ୍ୟୁତ୍ ପ୍ରଭା ଦାଶ (ପ୍ରଧାନ ଶିକ୍ଷୟିତ୍ରୀ), ସୁପ୍ରଭା ରାଉତ (ସମାଜସେବୀ) ଓ ସୌଦାମିନୀ ମହାରଣା ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସାର୍ଥକ କରିଥିଲେ।

ଖଲ୍ଲିକୋଟ ଅଞ୍ଚଳର ଚିକିଲି ବାଉରି ସାହି, ପାଟଣା ସାହି, ଶିରିଡ଼ି ସାଇ ମନ୍ଦିର ନିକଟ ଓ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ସର୍ବମୋଟ ୬୦ ଜଣ ଅସହାୟ ଲୋକଙ୍କୁ ନିଃଶୁଳ୍କ ଭାବେ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। ଶୀତ ବସ୍ତ୍ର ପାଇ ଲୋକମାନଙ୍କ ମୁହଁରେ ଆନନ୍ଦ ଓ କୃତଜ୍ଞତାର ହସ ପ୍ରକାଶ ପାଇଥିଲା।

ଏହି ପୁଣ୍ୟକାର୍ୟ୍ୟ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରଶଂସା ଲାଭ କରିଥିବା ସହ ସମାଜସେବା କ୍ଷେତ୍ରରେ ଏହା ଏକ ଅନୁକରଣୀୟ ଉଦାହରଣ ବୋଲି ସଚେତନ ମହଲରୁ ମତ ପ୍ରକାଶ ପାଇଛି। ଆଗାମୀ ଦିନରେ ଏପରି ସମାଜହିତକାରୀ କାର୍ୟ୍ୟକ୍ରମ ଆହୁରି ବ୍ୟାପକ ଭାବେ ଆୟୋଜନ କରିବାକୁ ଟ୍ରଷ୍ଟ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *