କୋଠପଦା ରଘୁନାଥ ବିଦ୍ୟାପୀଠ ର ବାର୍ଷିକ କ୍ରୀଡା ଉଦଘାଟିତ

ମାହାଙ୍ଗା,୧୫/୦୧/୨୦୨୬(ଓଡିଶା ସମାଚାର /ଅଭୟ ଜେନା)-କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ,କୋଠପଦାର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗଣକବି ବୈଷ୍ଣବ ପାଣି ମିନି ଷ୍ଟାଡିଅମ ପ୍ରାଙ୍ଗଣରେ ଉଦଘାଟିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ ସଭାପତିତ୍ୱ କରିଥିଲେ ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ତଥା ନାଟ୍ୟକାର କିଶୋର ଚନ୍ଦ୍ର ଦାଶ ଯୋଗଦେଇ କ୍ରୀଡାଧ୍ବଜା ଉତ୍ତୋଳନ କରିବା ସହିତ ରଘୁନାଥ ଜୀୟୁ ମଠରୁ ଆସିଥିବା କ୍ରୀଡାଜ୍ୟୋତିକୁ ଗ୍ରହଣ କରିଥିଲେ l କୁଣ୍ଡି କୃଷି ସମବାୟ ସମିତିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କ୍ରୀଡ଼ା ଦ୍ୱାରା ବୌଦ୍ଧିକ ଓ ଶାରୀରିକ ବିକାଶ ଘଟିଥାଏ ବୋଲି ମତ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜୟଦେବ ମହାନ୍ତି, କ୍ରୀଡା ସଂଗଠକ ଜିତେନ୍ଦ୍ର ମହାନ୍ତି, ପଣ୍ଡିତ ବ୍ରଜବନ୍ଧୁ ପଲେଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ଲକ୍ଷ୍ମୀବାଇ ଭଞ୍ଜ କ୍ରୀଡା ପରିଚାଳନା କରିଥିଲେ ।

ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ରଞ୍ଜୁଲତା ରାଉତ,ପ୍ରୀତି ପଲ୍ଲବୀ ସ୍ୱାଇଁ, ରଶ୍ମିତା ବାରିକ, ନିହାରିକା ପ୍ରିୟଦର୍ଶିନୀ, ମାଗୁଣି ଚରଣ ସାମଲ,ସୌମ୍ୟ ରଞ୍ଜନ ପଣ୍ଡା, ଯୋଗଜନ୍ମା ବେହେରା, ସନ୍ଧ୍ୟାରାଣୀ ଦାସ, ସସ୍ମିତା ଦାସ, ଅଜୟ କୁମାର ନନ୍ଦ ପ୍ରମୁଖ କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।  ଏହି କ୍ରୀଡା ପ୍ରତିଯୋଗିତାରେ ୩ ଶହରୁ ଉର୍ଦ୍ଧ୍ଵ ଖେଳାଳୀ ଭାଗନେଇ ଥିଲେ ।

Leave a Reply

Your email address will not be published. Required fields are marked *