ଗରଦପୁର, ୦୫/୦୭/୨୦୨୬ (ଓଡ଼ିଶା ସମାଚାର)- ଚିତ୍ରୋତ୍ପଳା ନଦୀରେ କୁମ୍ଭୀର ବିପଦ ଦେଖାଦେଇଛି । ଚିତ୍ରୋତ୍ପଳା ନଦୀ ମଧ୍ୟକୁ କୁମ୍ଭୀର ଯାତାୟତ କରୁଅଛି । ତେଣୁ ଗୃହପାଳିତ ପଶୁ ମାନଙ୍କୁ ନଦୀ ମଧ୍ୟକୁ ଛାଡ଼ନ୍ତୁ ନାହିଁ ଏବଂ ସ୍ନାନ କିମ୍ବା ଶୌଚ ହେବା ନିମନ୍ତେ ଚିତ୍ରୋତ୍ପଳା ନଦୀ ମଧ୍ୟକୁ ପ୍ରବେଶ କରିବାକୁ ବନ ବିଭାଗ ବାରଣକରିଛି । ଚିତ୍ରୋତ୍ପଳା ନଦୀ ମଧ୍ୟକୁ ପ୍ରବେଶ କଲେ ତାହା ପ୍ରାଣ ଘାତକ ହୋଇପାରେ । ଜନସାଧାରଣଙ୍କ ହିତରେ ଜନସାଧାରଣଙ୍କୁ ସତର୍କ ରହିବାକୁ କେନ୍ଦ୍ରାପଡ଼ା ବନାଂଚଳ , କଟକ ବନ ଖଣ୍ଡ ପକ୍ଷରୁ ଚିତ୍ରୋତ୍ପଳା ନଦୀ ପାଶ୍ୱର୍ ଗ୍ରାମ ଗୁଡ଼ିକରେ ମାଇକ୍ ପ୍ରଚାର କରି ଜନସାଧାରଣଙ୍କୁ ସତର୍କ କରିବା ସହିତ ଚିତ୍ରୋପôଳା ନଦୀ କୁ ପ୍ରବେଶ ନକରିବା ପାଇଁ ପରାମର୍ଶ ଦେଉଛନ୍ତି ।

ଚିତ୍ରୋତ୍ପଳା ନଦୀରେ କୁମ୍ଭୀର ବିପଦ , ବନ ବିଭାଗ ପକ୍ଷରୁ ସତର୍କ କରାଯାଉଛି
