ବଣଚଣ୍ଡୀ ପୀଠରେ ମକର ମେଳା

ଭୁବନ ୧୪/୦୧/୨୦୨୬ (ଓଡ଼ିଶା ସମାଚାର)-  ଭୁବନ ସହର ର ଅନତି ଦୂରରେ ଭରତି ପାହାଡ ପାଦ ଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ରାମଚଣ୍ଡୀ ( ବଣ ଚଣ୍ଡୀ ) ପୀଠରେ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ମା ବଣ ଚଣ୍ଡୀ ଙ୍କୁ ଦର୍ଶନ କରି ଭରତୀ ପାହାଡ ଚଢ଼ିଥିଲେ। ପ୍ରାତଃ ସମୟରୁ ରୀତିନୀତି ଅନୁଯାୟୀ ମା ଙ୍କ ପୂଜାର୍ଚ୍ଚନା କରାଯାଇ ମକର ଚାଉଳ ଲାଗି କରାଯାଇ ମଧ୍ୟାହ୍ନ ରେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।

ପରେ ଶତାଧିକ ଭକ୍ତ ସାମୁହିକ ପ୍ରସାଦ ସେବନ କରିଥିଲେ। ସନ୍ଧ୍ୟାରେ ଭଜନ କୀର୍ତ୍ତନ ଓ ମେଳା ଅନୁଷ୍ଠିତ ହୋଇଥିଲା। ସିଦ୍ଧ ରାମଚଣ୍ଡୀ ସେବକ ସଂଘ ର ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଦିନିକିଆ ମକର ମେଳା ରେ ବହୁ ଉଠା ଦୋକାନୀ ପସରା ମେଲିଥିଲେ । ଅନୁରୂପ ଭାବେ ଭୁବନ ର ପ୍ରସିଦ୍ଧ ଶୈବ ପୀଠ ବାବା ବୁଦ୍ଧେଶ୍ୱର ମନ୍ଦିର,ଦକ୍ଷିଣ କାଳୀ ମନ୍ଦିର ,ଜଗନ୍ନାଥ ମନ୍ଦିର,କାଶୀ ବିଶ୍ଵନାଥ ମନ୍ଦିର,ବାଟ ତାରିଣୀ,ବାଟ ମଙ୍ଗଳା,ହନୁମାନ ମନ୍ଦିର,ମା ବଣୀଜାରୀ, ଅରାସାହି ସ୍ଥିତ ମା ସିଦ୍ଧ ରାମଚଣ୍ଡୀ ଙ୍କ ପୀଠରେ ସହସ୍ରାଧିକ ଭକ୍ତ ଙ୍କ ଉପସ୍ଥିତିରେ ମକର ମେଳା ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *