ଖୋର୍ଦ୍ଧା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

ଭୁବନେଶ୍ୱର,୦୬/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଭୁବନେଶ୍ୱରଙ୍କ ପକ୍ଷରୁ ସ୍ଥାନୀୟ ଭଗବତିପୂରର କଣ୍ଟାବାଡ ସ୍ଥିତ ଆଦୃତ ଶିଶୁ ଯତ୍ନ ପ୍ରତିଷ୍ଠାନ ପରିସରରେ ଚାରା ରୋପଣ କରାଯାଇଛି । ପ୍ରାଧିକରଣଙ୍କ ସଚିବ  ଶ୍ରୀମତୀ ସଲୋମୀ ସାହୁ ଚାରା ରୋପଣ କରିବା ସହ ଉପସ୍ଥିତ ସମସ୍ତ ଅଧିକାରୀ, ଆଇନଜିବୀ, କର୍ମଚାରୀ ଓ ବନ ବିଭାଗ ଅଧିକାରୀ ମାନେ ଚାରା ରୋପଣରେ ସାମିଲ ଥିଲେ ।

ପରେ ପରେ ଆଦୃତ ଶିଶୁ ଯତ୍ନ ଗୃହ ଠାରେ ବିଶ୍ଵ ପରିବେଶ ଦିବସ ଆଇନ ସଚେତନତା ଶିବିର ଅନୁଷ୍ଠିତ କରାଯାଇ ପରିବେଶ ପ୍ରତି ଆମ ମାନଙ୍କ ଦାୟିତ୍ଵ ଏବଂ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା ।

ପ୍ରଦୂଷଣ ଓ ଏହାର ପ୍ରତିକାର ଏବଂ ପ୍ଲାଷ୍ଟିକ ପ୍ରଦୂଷଣକୁ ପ୍ରତିହତ କରିବା ପାଇଁ ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା ସହ ନିଜ ନିଜ ପରିବେଶରେ ଚାରା ରୋପଣ କରିବାକୁ ପ୍ରାଧିକରଣ ସଚିବ ସାଲୋମୀ ସାହୁ ପରାମର୍ଶ  ଦେଇଥିଲେ।

ପୂର୍ବତନ ଶ୍ରମ ଅଧିକାରୀ ତଥା ସଦସ୍ୟ, ସ୍ଥାୟୀ ଲୋକ ଅଦାଲତ, ଭୁବନେଶ୍ୱର ରେନୁପ୍ରଭା ପଟ୍ଟନାୟକ, ପ୍ରତିପକ୍ଷ ଓକିଲ ସର୍ବେଶ୍ଵର ବଳିଆୟାର୍ଶିଂ, ବନବିଭାଗ ଏସିଏଫଶ୍ରୀ ଉତ୍ତମ କୁମାର ଗଡ଼ନାୟକ ଏବଂ ସିଦ୍ଧାର୍ଥ ଶଙ୍କର ସାହୁ, ଆଦୃତ ଶିଶୁ ଗୃହର ରାଜ୍ୟ ସଂଯୋଜକ ସଂଗୀତା ମିଶ୍ର ଏବଂ ସତ୍ୟଜିତ ମିଶ୍ର, ପରିଚାଳକ, ଛାତ୍ର ଛାତ୍ରୀ, ପ୍ରାଧିକରଣଙ୍କ କର୍ମଚାରୀ ମାନେ ଯୋଗ ଦେଇଥିଲେ। ନ୍ୟାୟ ଅଧିକାର କର୍ମୀ ଶ୍ରୀ ଶିତେଶ ଆଶିଷ ଜେନା କାର୍ଯ୍ୟକ୍ରମ ପରିଚାଳନା କରିବା ସହ  ଆଦର୍ଶ ଦାସ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *