ସୂଚନା ଓ ଲୋକସଂପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପନିର୍ଦେଶକଙ୍କ ଭୁବନେଶ୍ୱର ଡି.ଆଇ.ପି.ଆର୍‌.ଓ. ଅଫିସ ପରିଦର୍ଶନ ଓ ନିରୀକ୍ଷଣ

ଭୁବନେଶ୍ୱର, ୦୪/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକ ଏକ ଦିନିକିଆ ଗସ୍ତରେ ଭୁବନେଶ୍ୱର ଲୋକସମ୍ପର୍କ ଭବନରେ କାର୍ଯ୍ୟକରୁଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭାଗୀୟ କାର୍ଯ୍ୟକ୍ରମ ଓ କାର୍ଯ୍ୟଧାରାର ନିରୀକ୍ଷଣ କରିଛନ୍ତି । ପୂର୍ବାହ୍ନରେ ଶ୍ରୀ ନାୟକ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରେ ପହଞ୍ଚିଲା ପରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ପରେ ଉପନିର୍ଦ୍ଦେଶକ ଶ୍ରୀ ନାୟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଅଧୀନ ବାଲିପାଟଣାଠାରେ ଚାଲୁଥିବା ପାଠକପାଠିକାମାନଙ୍କ ନିମନ୍ତେ ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରି ପାଠକପାଠିକା ପଢ଼ିବା ନିମନ୍ତେ ସମସ୍ତ ଭିତ୍ତିଭୂମି ସୁଦୃଢ କରିବା ଦିଗରେ ଯନିବାନ ହେବାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ସେହିପରି ଭଙ୍ଗାରୁଜା ଆସବାବପତ୍ର ଗୁଡ଼ିକୁ ମୁଖ୍ୟ ନିର୍ଦ୍ଦେଶାଳୟରେ ହସ୍ତାନ୍ତର କରିବା ଏବଂ ନିଲାମ କରାଇବାକୁ ନିର୍ଦ୍ଦେଶ ଦେବା ସହ ସ୍ଥାନୀୟ ଆଜାଦ କ୍ଲବ ସମ୍ପାଦକ ଶ୍ରୀ ସୁଶାନ୍ତ ଦାସ ଏବଂ ଯୁବ ଓ ମହିଳା କଲ୍ୟାଣ ଅନୁଷ୍ଠାନ ପାଠାଗାର ସମ୍ପାଦକ ଶ୍ରୀ ଶିବମ ପାଟଯୋଷିଙ୍କ ସହ ସୁଚନାକେନ୍ଦ୍ର ଓ ପାଠାଗାରର ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁଦୃଢ଼ୀକରଣ ଦିଗରେ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଭଗ୍ନ ଦୃଶ୍ୟ ଶ୍ରାବ ସରଞ୍ଜାମଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶାଳୟରେ ଫେରସ୍ତ କରିବାକୁ ଉପନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟାଳୟର ସମସ୍ତ କାଗାଜାତ ପତ୍ର ଯଥା, ବିଭିନ୍ନ ରେଜିଷ୍ଟର, କ୍ୟାସ ବୁକ୍‌, ଉପସ୍ଥାନ ରେଜିଷ୍ଟର, ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ଉପରେ ମଧ୍ୟ ବିସ୍ତୃତ ସମୀକ୍ଷା କରିଥିଲେ । ସମସ୍ତ କର୍ମଚାରୀ ସମୟାନୁବର୍ତ୍ତିର୍ତା ଭାବେ ବିଭାଗର ସୁନାମ ବଜାୟ ରଖି କର୍ତ୍ତବ୍ୟ ସମ୍ପାଦନା କରିବାକୁ ଉପ ନିର୍ଦ୍ଦେଶକ, କେନ୍ଦ୍ରାଞ୍ଚଳ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟାଳୟ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ବରିଷ୍ଠ ରାଜସ୍ୱ ସହାୟିକା ଶ୍ରୀମତୀ ମେରିଲୀନା ରାଉତରାୟ, ନିକ୍ଷେପକ ଶ୍ରୀ ଦିଲ୍ଲୀପ ମିଶ୍ର, କନିଷ୍ଠ ଭଣ୍ଡାର ରକ୍ଷକ ସୁଶ୍ରୀ ମୀନା ଏକ୍ସା ଏବଂ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଏବଂ ସ୍ମୃତି ଫଳକ ପ୍ରଦାନ କରି ଉପନିର୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *