ଆଗାମୀ ଓଡିଶାର ୨୯ତମ ସ୍ବନକ୍ଷତ୍ର ଦିବସ , ବ୍ୟାସ କବି ଫକିର ମୋହନ ଜୟନ୍ତୀ ଓ ମକର ମିଳନ ଉତ୍ସବ

 ରଘୁନାଥପୁର,୧୪/୦୧/୨୦୨୬ (ଓଡ଼ିଶା ସମାଚାର)- ଜାତୀୟ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶାର ୨୯ ତମ ସ୍ୱ ନକ୍ଷତ୍ର ଦିବସ ଓ ବ୍ୟାସ କବି ଫକିର ମୋହନ ସେନାପତିଙ୍କ ଜୟନ୍ତୀ ଉତ୍ସବ ସ୍ଥାନୀୟ ଉତ୍ତରକୁଳ ନୀଳକଣ୍ଠେସ୍ଵର ମନ୍ଦିର ପରିସରରେ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ମକର ଚାଉଳ ବଣ୍ଟନ କରା ଯାଇଥିଲା। ଏଥିରେ ଆଗାମୀ ଓଡ଼ିଶାର ପ୍ରତିଷ୍ଠାତା ବିଜୟ କୁମାର ସ୍ବାଇଁ ପୈରୋହିତ୍ବ କରି ଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସିନେ ସମୀକ୍ଷକ ଦିଲିପ ହାଲି ଯୋଗ ଦେଇ ବ୍ୟାସ କବି ଫକିର ମୋହନ ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଥିଲେ ବୋଲି କହିଥିଲେ।

ଏଥିରେ ମୁଖ୍ୟ ବକ୍ତା ଭାବେ ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକ ପ୍ରଣବ ଦାସ ଯୋଗଦେଇ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ଆନ୍ଦୋଳନର ଶ୍ରେଷ୍ଠ ଯୋଦ୍ଧା ଥିଲେ ବୋଲି କହିଥିଲେ। ଏଥିରେ ଉଦଘାଟକ ଭାବେ ସମାଜସେବୀ ଇଂ ପ୍ରଫୁଲ୍ଲ ଦାସ ଯୋଗଦେଇ ପବିତ୍ର ମକର ସଂକ୍ରାନ୍ତି ଓଡ଼ିଶା ସମେତ ଦେଶର ଏକ ମହାନ ପର୍ବ ଓ ପରମ୍ପରରା ପ୍ରତିକ ବୋଲି କହିଥିଲେ। ଏଥିରେ କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଡ଼ ସଂଗ୍ରାମ କେଶରୀ ସାମନ୍ତରାୟ, ବିଶ୍ବ ଓଡ଼ିଆ ମହାସଂଘର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ର ମହାପାତ୍ର, ପ୍ରାଧ୍ୟାପକ ଦେବେନ୍ଦ୍ର ବାରିକ, ମାନସ ପ୍ରଫେସର ଶରତ କୁମାର ରାଉତରାୟ, ସାହିତ୍ୟିକ ଅଲେଖ ଚନ୍ଦ୍ର ବେହେରା, ଶିକ୍ଷାବିତ୍ ସଦାଶିବ ବିଶ୍ବାଳ, କବି ପିତାମ୍ବର ମହାପାତ୍ର, କବୟତ୍ରୀ ପ୍ରତିଭା ରାଣୀ ରାୟ, ଜୟଶ୍ରୀ ମିଶ୍ର ପ୍ରମୁଖ ଯୋଗଦେଇ ମାତୃଭାଷା, ମାତୃଭୂମି ଏବଂ ଓଡ଼ିଆ ସଂସ୍କୃତିର ସୁରକ୍ଷା ପାଇଁ ପ୍ରତ୍ୟେକ ଓଡ଼ିଆ ଶପଥ ନେବା ଆବଶ୍ୟକ ବୋଲି କହିଥିଲେ।

ଏଥିରେ ଅଧ୍ୟାପକ ଆଶୀଷ ଚକ୍ରବର୍ତ୍ତୀ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଶ୍ରୀ ହାଲିଙ୍କୁ ଆଗାମୀ ଓଡ଼ିଶା ପକ୍ଷରୁ ମକର ସାରସ୍ବତ ସମ୍ମାନ, ପ୍ରଣବ ଦାସଙ୍କୁ ମକର ପ୍ରତିଭା, ଇଂ ପ୍ରଫୁଲ୍ଲ ଦାସଙ୍କୁ ମକର ସମ୍ମାନ, ଡ଼ ସୁରେନ୍ଦ୍ର ମହାପାତ୍ରଙ୍କୁ ମକର ସାଥୀ, ଡ଼ ସାମନ୍ତରାୟଙ୍କୁ ମକର ଗୈରବ ସମ୍ମାନରେ ସମ୍ମାନିତ କରାଯାଇଥିଲା ବେଳେ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ, ଆନନ୍ଦ ମାର୍ଗ ବିଦ୍ୟାଳୟର ସଂପାଦକ ଚିତ୍ତରଞ୍ଜନ ରାଉତ, ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ନିକୁଞ୍ଜ କିଶୋର ଦାଶ, ଶିକ୍ଷା ବିତ ବାବାଜୀ ଚରଣ ସାହୁ, ଶିକ୍ଷାବିତ୍ ପ୍ରଦିପ୍ତ ଆଚାର୍ୟ୍ୟ, ସାମ୍ବାଦିକ ଦିପ୍ତିରଞ୍ଜନ କାନୁନଗୋଙ୍କୁ ମକରମିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶେଷରେ ବରିଷ୍ଠ ସାମ୍ବାଦିକ ପ୍ରଦିପ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଉତ୍ତରକୁଳ ଆନନ୍ଦ ମାର୍ଗ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରିଥିଲେ।

Leave a Reply

Your email address will not be published. Required fields are marked *