ଗରଦପୁର,୧୪/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ମିଳନ ସ୍ଥଳ ଗରଦପୁର ବ୍ଲକ୍ ପଳସୁଧା ପାଇକା ନଦୀ ପଠାରେ ଶ୍ରୀ ଶ୍ରୀ ବଜ୍ରମହାକାଳୀ ସାଂସ୍କୃତିକ ପରିଷଦ ପକ୍ଷରୁ ଐତିହାସିକ ୬୨ତମ ବିଲେଇଶୁଣି ମକର ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପାଇକା ନଦୀରୁ କଳସରେ ଜଳ ଆଣିି ମଣ୍ଡପରେ ପତାକା ଲାଗି ହେବା ପରେ ନିକଟରେ ଥିବା ବିଲେଇଶୁଣି ଓ ମକର ମଣ୍ଡପ ଠାକୁରାଣୀ ନିକଟରେ ଥିବା ବଜ୍ର ମହାକାଳୀ ଠାକୁରାଣୀ ନିକଟରେ ଯଜ୍ଞ ଉପଲକ୍ଷେ ଅଙ୍କୁରା ରୋପଣ କରାଯାଇଥିଲା ।
୧୫ ତାରିଖ ଗୁରୁବାର ,୧୬ ତାରିଖ ଶୁକ୍ରବାର ଓ ୧୭ ତାରିଖ ଶନିବାର କ୍ରୀଡ଼ା ପ୍ରତିଯୋଗିତା ବିଶ୍ୱଶାନ୍ତି ମହାଯଜ୍ଞ ର ପୂର୍ଣ୍ଣହୂତୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ୧୮ ତାରିଖ ରବିବାର ଠାରୁ ୨୧ ତାରିଖ ବୁଧବାର ପର୍ଯ୍ୟନ୍ତ ଯାତ୍ରା (ଅପେରା) ପରିବେଷଣ ଓ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ଦୂର୍ଗା ମନ୍ଦିର,ଗୋଲଡ଼େନ୍ ଅପେରା ଓ ବଜରଙ୍ଗି ଅପେରା ଦିବା ରାତ୍ର ଯାତ୍ରା ପରିବେଷଣ କରିବାକୁ ବ୍ୟବସ୍ଥା କରାଯାଇଥିବା ଆୟୋଜକ ପ୍ରକାଶ କରିଛନ୍ତି । ଶ୍ରୀ ଶ୍ରୀ ବଜ୍ରମହାକାଳୀ ସାଂସ୍କୃତିକ ପରିଷଦର ସଭାପତି ଅଗସ୍ତି ଓଝା, ସକ୍ରୀୟ ସଦସ୍ୟ ଅନୁଜ କୁମାର ମହାନ୍ତି,ପ୍ରଫୁଲ ସିଂ, ବସନ୍ତ ସାହୁ, ରବିନ୍ଦ୍ର ମହାପାତ୍ର, ପ୍ରଣବ କୁମାର ଜେନା, ଜିବିତେଶ ପରିଡ଼ା, ବିକାଶ ସିଂ, ପ୍ରଭାତ ମାହାଳି, କୃଷ୍ଣ ଚନ୍ଦ୍ର ଭୋଳ, କାଶିନାଥ ସାହୁ, ସମିର ସାମଲ, ସୁଧାଂଶୁ ଶେଖର ସିଂ, ରବି ସାର, ପ୍ରଫୁଲ ସିଂ(କୁନିଆ ଦାଦା), ଭରତ ଓଝା, ଅଧିର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କରିଚାଳନା କରୁଥିବାବେଳେ ଦୀପକ ସ୍ୱାଇଁ ଯଜ୍ଞର କର୍ତା କାର୍ଯ୍ୟ ତୁଲାଉଛନ୍ତି ।
