ଭୁବନେଶ୍ୱର, ୧୬/୮/୨୦୨୪ (ଓଡ଼ିଶା ସମାଚାର)-ଲାୟନ୍ସ କ୍ଲବ ଭୁବନେଶ୍ୱର, ଓଡ଼ିଶାର ସଭ୍ୟମାନେ ୭୮ତମ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛନ୍ତି । ବୁଦ୍ଧନଗରସ୍ଥିତ ଗୋପବନ୍ଧୁ କଲୋନୀରେ ସଭାପତି ଡଃ ବିପିନ ବିହାରୀ ମିଶ୍ରଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା । ଏହାପରେ କଲୋନୀର ଅନ୍ତେବାସୀମାନଙ୍କୁ କ୍ଲବ ତରଫରୁ ସ୍ୱାଦିଷ୍ଟ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ଲାୟନ୍ସ କ୍ଲବର ଏକ ସ୍ଥାୟୀ ଅନୁଷ୍ଠାନ ବି.ଜେ.ଇ.ଏମ୍ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେବା ସହିତ ଚକୋଲେଟ ବଂଟନ କରାଯାଇଥିଲା । ଅନ୍ୟତମ ସ୍ଥାୟୀ ପ୍ରକଳ୍ପ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟରେ ସଭାପତି ଲାୟନ ମିଶ୍ର ପତାକା ଉତୋଳନ କରିବା ସହିତ ସଭ୍ୟମାନଙ୍କୁ ସ୍ୱାଗତ କରିିଥିଲେ । କ୍ଲବର ସଭ୍ୟମାନେ ସମସ୍ତ ପ୍ରକଳ୍ପରେ ଯୋଗଦାନ କରିଥିଲେ ।
କ୍ଲବର ସମ୍ପାଦକ ଲାୟନ ଇଂ (ଡଃ) ଅଶ୍ୱିନୀ ସେନାପତି କୋଷାଧ୍ୟକ୍ଷ ଲାୟନ ବିପିନ ବିଶ୍ୱାଳ, ଉପସଭାପତି ଲାୟନ ପ୍ରଶାନ୍ତ ପରିଡ଼ା, ଟ୍ରଷ୍ଟବୋର୍ଡ଼ ଚେୟାରମ୍ୟାନ ଲାୟନ ଅଶୋକ ଅଗ୍ରୱାଲ, କୋଷାଦ୍ୟକ୍ଷ ଲାୟନ ରାମପ୍ରସାଦ ପାତ୍ର, ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ଅଧ୍ୟକ୍ଷ ଲାୟନ ଧୀରେନ ଧଳ, କୋଷାଧ୍ୟକ୍ଷ ଲାୟନ ଇଂ ସିଦ୍ଧାର୍ଥ ମହାନ୍ତି ଓ ବହୁ ସଦସ୍ୟ ଯୋଗଦାନ କରି ଜାତୀୟ ସଙ୍ଗୀତ ଗାନ କରିଥିଲେ ।
ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା ତରଫରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ
