କଟକ ସଦର, ୦୪/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କିଶନନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏନ୍ ଏଚ୍ ଏମ୍ (ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ) ପକ୍ଷରୁ ୯୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏକ ନୂତନ କୋଠାର ଶିଳାନ୍ୟାସ ଆଜି ସୋମବାର ଦିନ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ଦ୍ଵାରା କରାଯାଇଛି। ଏଥିରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, କିଶନନଗର ସରପଂଚ ସୁଜାତା ସେଠୀ, ଵେଣ୍ଟକାର ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼ଃ ପ୍ରଶାନ୍ତ କୁମାର ସାମଲ ଓ କିଶନନଗର ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ଵଞ୍ଜୁ ମାରାଣ୍ଡି ପ୍ରମୁଖ ଙ୍କ ସମେତ ଅନ୍ୟ ମାନଙ୍କ ମଧ୍ୟରେ କଟକ ସଦର ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, ରଘୁନାଥପୁର ଵ୍ଲକର ପୂର୍ବତନ ଅଧ୍ୟକ୍ଷ ରମା ପ୍ରସାଦ ବିଶ୍ୱାଳ, ଉତ୍କଳ ବିକାଶ ପରିଷଦ ସଭାପତି ପ୍ରଭାତ କୁମାର ସେଠୀ, କାର୍ଯ୍ୟକାରୀ ସଭାପତି ଵିମଳ ପଣ୍ଡା,ପ୍ରଦୀପ୍ତ ଦାସ, ଅବିନାଶ ଆନନ୍ଦ ମହାନ୍ତି, କ୍ଷିତେନ୍ଦ୍ର ମିତ୍ର, କାର୍ତ୍ତିକ ସାହୁ, ସୀତାରାମ ପଣ୍ଡା, ସ୍ଥାନୀୟ ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ, ରଘୁନାଥ ଚୈ।ଧୁରୀ ,ଲକ୍ଷ୍ମୀଧର ଜେନା, ସରୋଜ ବାରିକ୍,ଜୈ। ତିପ୍ରକାଶ ନନ୍ଦ, କିଶନନଗର କୃଷକ ସେବା ସମବାୟ ସମିତି ସଭାପତି ବିରଞ୍ଚିନାରାୟଣ ପଣ୍ଡା ଙ୍କ ସମେତ ଅନେକ ସରପଂଚ ଓ ଦଳୀୟ କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ସଭାରେ ବିଧାୟକ ଇଂ ସେଠୀ ଙ୍କୁ ଅଧିକ୍ଷକ ଡ଼ାଃ ସାମଲ ସମ୍ବର୍ଦ୍ଧିତ କରିଥିଲେ।