ଇନକମ ଟ୍ୟାକ୍ସ ଫ୍ରେଣ୍ଡସ ସୋସାଇଟିର ବାର୍ଷିକ ଅଧିବେଶନ

ଭୁବନେଶ୍ୱର,୧୨/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗତକାଲି ଫୁଳନଖରା ନିକଟସ୍ଥ ଏକ କୃଷି ଉଦ୍ୟାନରେ ସୋସାଇଟିର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।  ସଭାପତି ଶ୍ରୀ ଶରତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ଏକଶତରୁ ଉର୍ଦ୍ଧ୍ବ ସଦସ୍ୟ ଓ ସଦସ୍ୟା ଯୋଗଦାନ କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ରାଧାଶ୍ୟାମ ଗିରି ସଭା ପରିଚାଳନା କରି ବାର୍ଷିକ ବିବରଣୀ ପାଠ କରିଥିଲେ ।

ସର୍ବସମ୍ମତି କ୍ରମେ ସୋସାଇଟିର ଅଧିନିୟମରେ କେତେକ ପରିବର୍ତ୍ତନ କରିବା ପାଇଁ ସ୍ଥିର କରାଯାଇଥିଲା । ଅନୁଷ୍ଠାନର ୨୦୨୬ର କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା । ଆଗାମୀ ଏକ ବର୍ଷ ପାଇଁ ନୂଆ କର୍ମକର୍ତ୍ତା ଚୟନ କରାଯାଇଥିଲା । ନୂଆ କର୍ମକର୍ତ୍ତା ହେଲେ ସଭାପତି : ଶରତ ଦାଶ, ଉପସଭାପତି : ଗୌତମ ଦାଶ, ସମ୍ପାଦକ: ରାଧାଶ୍ୟାମ ଗିରି, ଅତିରିକ୍ତ ସମ୍ପାଦକ: ତ୍ରିଲୋଚନ ମଲ୍ଲିକ, ଯୁଗ୍ମ ସମ୍ପାଦକ: ଶଶିକାନ୍ତ ବେହେରା, କୋଷାଧ୍ୟକ୍ଷ: ଲଳିତ କୁମାର ପଣ୍ଡା,ପରିଚାଳନା କମିଟି ସଭ୍ୟ/ସଭ୍ୟା: କବିତାଞ୍ଜଳି ପାଲ, ନିର୍ମଳେନ୍ଦୁ ଗୁପ୍ତା, କିଶୋର ଚନ୍ଦ୍ର ମହାନ୍ତି, ପୀତାମ୍ବର ଲେଙ୍କା, ମଙ୍ଗରାଜ ସେଠୀ, ଚିତ୍ତ ରଂଜନ ପଟ୍ଟନାୟକ, ବିଦ୍ୟାଧର ସାହୁ, ଏମ କେ ସାଇ, ରବୀନ୍ଦ୍ରନାଥ ମହାନ୍ତି, ସେକ ରାଜନ୍ ଜାନ, ନାରାୟଣ ଦାସ, ଓ ସୁଶାନ୍ତ କୁମାର ପଟ୍ଟନାୟକ ।

ଅନୁଷ୍ଠାନର ହିସାବ ସମୀକ୍ଷକ ଭାବେ ଶ୍ରୀ ଏ ଭି ଏନ ଶ୍ରୀନିବାସ ନିର୍ବାଚିତ ହୋଇଥିଲେ । ଉପଦେଷ୍ଟା ମଣ୍ଡଳୀରେ ସର୍ବଶ୍ରୀ ବ୍ରଜେନ୍ଦ୍ରାନାଥ ମହାନ୍ତି, ଜଗବନ୍ଧୁ ସାହୁ, ଦୀନବନ୍ଧୁ ସ୍ୱାଇଁ ଓ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଙ୍କୁ  ରଖାଯାଇଥିଲା । ମଧ୍ୟାହ୍ନ ଭୋଜନ ପରେ ଅଧିବେଶନର ପରିସମାପ୍ତି ଘଟିଥିଲା ।

 

Leave a Reply

Your email address will not be published. Required fields are marked *