ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ମକ୍ ଡ୍ରିଲ୍ ପ୍ରସ୍ତୁତି ବୈଠକ

ଯାଜପୁର, ୧୨/୬/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ମକ୍ ଡ୍ରିଲ୍ (ଅଭ୍ୟାସ କୌଶଳ) ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ଜିଲା ଜରୁରୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହେରା ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟକୁ ପ୍ରତିରୋଧ କରିବା ପାଇଁ ଆମ ପାଖରେ ଯାହା ସାଧନ ଅଛି ତାହାକୁ ବିନିଯୋଗ କରି କିଭଳି ଆମେ ଶତପତିଶତ ସୁରକ୍ଷା ପାଇପାରିବା ସେଥି ନିମନ୍ତେ ଆସନ୍ତା ୧୮ ତାରିଖ ଦିନ ଜିଲା ସ୍ତରୀୟ ମକ୍ ଡ୍ରିଲ୍ ଏବଂ ୧୯ ତାରିଖ ଦିନ ବ୍ଳକ ସ୍ତରୀୟ ମକ୍ଡ୍ରିଲ୍ କାର୍ଯ୍ୟସୂଚୀ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ବୈଠକରେ ଯୋଗଦେଇ ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ କହିଲେ ଯେ, ବିପର୍ଯ୍ୟୟ ମୁକାବିଲା କରିବାରେ ଓଡିଶା ଅନେକ ଜ୍ଞାନ କୌଶଳ ହାସଲ କରିବା ସହ ଏହାକୁ ପ୍ରୟୋଗ କରି ଶୂନ୍ୟ ମୃତୁ୍ୟହାର ବଜାୟ ରଖିପାରିଛି । ବିଡିଓ ମାନେ ତୃଣମୂଳ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରିବା ସହ ସମସ୍ତ ଲାଇନ୍ ଡିପାର୍ଟମେଂଟ ଅଧିକାରୀ ଓ କ୍ଷେତ୍ର କର୍ମଚାରୀ ମାନଙ୍କ ମୋବାଇଲ ନମ୍ୱର ତାଲିକା ପ୍ରସ୍ତୁତ କରି ବ୍ଳ୍କରେ ରଖିବା ସହ ଜିଲା କଂଟ୍ରୋଲ ରୁମକୁ ପଠାଇବେ । ବନ୍ୟା ସମୟରେ ରବର ବୋଟ ଉଦ୍ଧାର କାର୍ଯ୍ୟ ନିମନ୍ତେ ବ୍ୟବହାର ନ କରିବାକୁ, ଅଗ୍ନିଶମସେବା, ବିଜୁଳି ଆଲୋକ ସେବା, ଭାରତ ସଂଚାର ନିଗମ ସେବା ସହ ଉଦ୍ଧାରକାରୀ ଦଳ, ସ୍ୱେଛାସେବୀ, ଜନ ପ୍ରତିନିଧି ମାନଙ୍କ ସହ ଯୋଗାଯୋଗ ରଖି ବିପର୍ଯ୍ୟୟ ସମୟରେ ସମସ୍ତ ସେବାକୁ ତ୍ୱରାନ୍ୱିତ କରିବାକୁ ସେ ପ୍ରକାଶ କରିଥିଲେ । ଫ୍ଲାସଫ୍ଲଡ ବା ଯେଉଁ ସ୍ଥାନରେ ବନ୍ୟା ଜଳ ପଶିବ ସେ ସ୍ଥାନ ମାନଙ୍କରେ ଫ୍ଲେକ୍ସ ବାନର ଲଗାଇ ସୂଚନା ଦେବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲାପାଳ, ପ୍ରଶାସନ ଅଧ୍ୟକ୍ଷତା କରି କହିଲେ ଯେ, ରିଲିଫ ସାମଗ୍ରି ମହଜୁଦ ରଖିବା, ରିଲିଫ କାର୍ଯ୍ୟରେ ଅଭିଜ୍ଞ କର୍ମଚାରୀଙ୍କୁ ନିୟୋଜିତ କରିବା, ଲାଇଫ ଜାକେଟ୍ ବ୍ୟବହାର କରିବା, ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କରିବା ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ । ଆସନ୍ତା ତା ୧୮ା୦୬ା୨୦୨୪ ରିଖ ୧୧ ଘଟିକା ସମୟରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ସୁରକ୍ଷା ଅଭ୍ୟାସ କୌଶଳ ପ୍ରଦର୍ଶନ କରାଯିବା ସହ ୧୯ା୦୬ା୨୦୨୪ ରିଖରେ ଜିଲାର ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳ ମାନଙ୍କରେ ବିଭିନ୍ନ ଲାଇନ ଡାପାର୍ଟମେଂଟ ସହଯୋଗରେ ବନ୍ୟା, ବାତ୍ୟା ଡମି ବାର୍ତା ଅନୁଯାୟୀ ବିପର୍ଯ୍ୟୟ ମୁକାବିଲା ଅଭ୍ୟାସ କୌଶଳ ପ୍ରଦର୍ଶନ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବ । ବୈଠକରେ ସମସ୍ତ ବିଡିଓ, ତହସିଲଦାର ଏବଂ ବିଭିନ୍ନ ଲାଇନ ଡିପାର୍ଟମେଂଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *